Friday, December 27, 2024
spot_imgspot_imgspot_img
Homeରାଜ୍ୟନିଷ୍ଠା ପରିବାର ଦ୍ଵାରା ଆୟୋଜିତ ରେଡ ଡ୍ରପ ମାରାଥନ ଉଦଘାଟିନ ।

ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ରେଡ ଡ୍ରପ ମାରାଥନ ଉଦଘାଟିନ ।

ବରଗଡ-ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ନିଆରା କାର୍ଯ୍ୟକ୍ରମ ରେଡ ଡ୍ରପ ମାରାଥନର ଶୁଭ ଉଦ୍ଘାଟନୀ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୂପମା ଷଡ଼ଙ୍ଗୀ, ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କୁମାର କର, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଭାପତି ରକ୍ଷାପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, ମଞ୍ଚାସୀନ ଥିଲେ। ଅତିଥି ମାନଙ୍କ ଦ୍ୱାରା ରେଡ ଡ୍ରପ ମାରାଥନର ନୂତନ ଲଗୋ ଉନ୍ମୋଚନ କରଯାଇଥିଲା। ଓଡିଶାରେ ପ୍ରଥମ ଥର ଦୀର୍ଘ ୩୩ ଦିନ ଧରି ପ୍ରତ୍ୟେକ ଦିନ ଜିଲ୍ଲା ବ୍ୟାପି ହେଉଥିବା ଏକ ଅଭିନବ କାର୍ଯକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଦୀର୍ଘ ଆଠ ଦିନ ଧରି ହେବାକୁ ଥିବା ରକ୍ତଦାନ ଶିବିର ହେବା ମଧ୍ୟ ଏକ ଅନନ୍ୟ ପ୍ରାୟାସ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୁଦୂର ମୁମ୍ବାଇର ଡାକ୍ତର ବିନୟ ସେଠୀଙ୍କ ଫାଉଣ୍ଡେସନର ଉପ ସଭାପତି ଓ ଡାକ୍ତର ନରେଶ ସାହୁ ଓଡିଶା ରକ୍ତଦାତା ସଙ୍ଘର ସଭାପତି ଭର୍ଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ରଖିଥିଲେ। ନିଷ୍ଠା ପରିବାରର ଉପ ସଭାପତି ଶ୍ରୀ ମଦନ ମୋହନ ଦାଶ ସଭାର ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ସଚି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଆଶିଷ କର,ଜିତୁ ମହାପାତ୍ର,ବିଦ୍ୟାଧର ଭୋଇ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,କ୍ଷିରୋଦ୍ର ସାହୁ, ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

error: Content is protected !!