Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳିତ: ୮୦ ୟୁନିଟ ରକ୍ତ ସଂଗୃହୀତ ।

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳିତ: ୮୦ ୟୁନିଟ ରକ୍ତ ସଂଗୃହୀତ ।

ବରଗଡ଼-ଜାତୀୟ ରକ୍ତ ଦାନ ଦିବସ ପାଳନ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିପାଲି ଗ୍ରାମର ଫୁଟବଲ ପଡିଆ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ମହାନ୍ତି,ସମ୍ମାନିତ ଅତିଥି ଭାବରେ ବରଗଡ଼ ପୁରୁଣା ଡାକ୍ତରଖାନା ର ଅଧିକ୍ଷକ ଡ଼ାକ୍ତର ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର ଯୋଗ ଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।

ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୩୦ୟୁନିଟ ରକ୍ତ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୫୦ୟୁନିଟ ରକ୍ତ ସର୍ବମୋଟ ୮୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ମାଲିପାଲି ଆଥେଲେଟିକ ଆସୋସିଏସନ୍ ,ଗ୍ରାମବାସୀ,ଯୁବକ ବନ୍ଧୁ ମାନେ ସ୍ଵେଚ୍ଛାକୃତ ଭାବ ରେ ରକ୍ତ ଦାନ କରିଥଲେ।

ଏହି ଶିବିରକୁ ନିଷ୍ଠା ପରିବାର ର ଉପଦେଷ୍ଟା ଦୂର୍ବାଦଳ ଷଡ଼ଙ୍ଗୀ,ଅଶ୍ୱିନୀ ତ୍ରିପାଠୀ, ସଭାପତି ରକ୍ଷପାଲ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ,ଚିତ୍ର ପ୍ରଧାନ,ବିଦ୍ୟାଧର ଭୋଇ,ନରୋତ୍ତମ ଭୋଇ,ଆଦିତ୍ୟ ସାହୁ, ଗିରିଧାରୀ ପ୍ରଧାନ ଓ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିଥଲେ।

error: Content is protected !!