Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନିରଞ୍ଜନଙ୍କ ପରଲୋକରେ ଶୋକ:ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ନିରଞ୍ଜନ ରହିବେ ଚିର ସ୍ମରଣୀୟ।

ନିରଞ୍ଜନଙ୍କ ପରଲୋକରେ ଶୋକ:ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ନିରଞ୍ଜନ ରହିବେ ଚିର ସ୍ମରଣୀୟ।

ପାଇକମାଲ – ଐତିହାସିକ ଜନ ଆନ୍ଦୋଳନ”ଗନ୍ଧମାର୍ଦ୍ଦନ ବଞ୍ଚାଓ – ବାଲକୋ ହଟାଓ”ନାମରେ ସଫଳତା ପାଇଥିବା ଜନ ଆନ୍ଦୋଳନର ସାରଥି ତଥା ପ୍ରଥମ ଆବାହକ ନିରଞ୍ଜନ ବିଦ୍ରୋହୀଙ୍କ ପରଲୋକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଗଭୀର ଶୋକ ବ୍ୟକ୍ତ କରିଛି।ଆଜି ପରିଷଦର ଆବାହକ ଦୁର୍ଯୋଧନ ପୁଟା ଆହ୍ବାନା କ୍ରମେ ବରିଷ୍ଠ ସଂଗ୍ରାମୀ ସୁବୋଧ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାକୁ ପୂର୍ବତନ ଆବାହକ ତଥା ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ସଭା ପରିଚାଳନା କରିଥିଲେ।

୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ହୋଇଥିବା ଜନ ଆନ୍ଦୋଳନ ଐତିହାସିକ ବିଜୟ ଥିଲା। ସେତେବେଳର ସରକାର ବାଲକୋ କଂପାନୀକୁ ଗନ୍ଧମାର୍ଦ୍ଦନରେ ବସ୍କସାଇଟ ଖଣି ଖଳନ ପାଇଁ ଅନୁମତି ପ୍ରଦାନ କରିଥିଲା।ପ୍ରାୟ ୫୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ ବ୍ୟାପକ ଜନ ଆନ୍ଦୋଳନ ଫଳରେ କଂପାନୀ ହାର ମାନି ବିତାଡିତ ହୋଇଥିଲା।ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ନାମରେ ସେତେଦିନରୁ ଆଜି ପର୍ଯ୍ୟନ୍ତ ଜାରି ରଖିଥିବା ସଂଗଠନ ର ପ୍ରଥମ ଆବାହକ ବା ସାରଥି ଭାବେ ନେତୃତ୍ଵ ନିରଞ୍ଜନ ବିଦ୍ରୋହୀ ନେଇଥିଲେ।

ଭବାନୀପାଟଣା ବାସିନ୍ଦା ନିରଞ୍ଜନ ଛାତ୍ର ଜୀବନ ରୁ ଅଞ୍ଚଳରେ ରହି ସଂଗଠନ ଦାୟିତ୍ଵ ସୁଚାରୁ ରୁପେ ତୁଲାଇଥିଲେ।ଯାହାକି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନରେ ସେ ଜଣେ ଜନନାୟକ ଭାବରେ ଚିର ସ୍ମରଣୀୟ ହୋଇ ରହିବା ସହ ଗନ୍ଧମାର୍ଦ୍ଦନ ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବେ ବୋଲି ଆଜି ଶୋକସଭାରେ ବିଶିଷ୍ଟ ସଂଗ୍ରାମୀ ମାନେ ମତ ବ୍ୟକ୍ତ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୋଷତ୍ତମ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ସଭାରେ ସଂଗ୍ରାମୀ ପୂର୍ବତନ ଆବାହକ ଦିଲ୍ଲୀପ ବେହେରା,ରାହାସ ବିହାରି ସାହୁ ଓ ସୁରେଶ ପ୍ରଧାନ, ଗଙ୍ଗାଧର ସାହୁ,ଶୁକ୍ରୁ ସାହୁ,ବିନୋଦ ସେଠ୍,ଡୋଲାମଣି ପାଣ୍ଡେ,ସାମ୍ବାଦିକ କୁଞ୍ଜ ବିହାରୀ ସାହୁ ଓ ନିରୋଜ ପାଣି,ନାରୀ ନେତ୍ରୀ ଓମକାନ୍ତି ସାହୁ ପ୍ରମୁଖ ସଂଗ୍ରାମୀ ମାନେ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକବ୍ୟକ୍ତ କରିଥିଲେ।ଶେଷରେ ମାନସୀ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!