ସମ୍ବଲପୁର – ଗତକାଲି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ଏକ ନିର୍ବାଚନୀ ସଭା ରେ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଦେଇଥିବା ବୟାନ କୁ ନେଇ ଆଜି ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା କରାଯାଇଛି । ଶ୍ରୀ ଆଚାର୍ଯ୍ୟ କହିଥିଲେ “ଆମେ ହେଉଛୁ ପାଣ୍ଡବ, ବିଜେପି ହେଉଛି କୌରବ ଓ ଭୁବନେଶ୍ୱର ରେ ଆମର ଶ୍ରୀକୃଷ୍ଣ ଅଛନ୍ତି ।”ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ବିଜେପି ପକ୍ଷରୁ ଦୃଢ଼ ଶବ୍ଦ ରେ ନିନ୍ଦା କରାଯାଇଛି । ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଓ ବିଜେଡି କୁ ଟାର୍ଗେଟ କରିଛନ୍ତି । ଶ୍ରୀ ରଥ ତାଙ୍କର ବକ୍ତବ୍ୟ ରେ କହିଛନ୍ତି ଯେ…
ଦୀର୍ଘ ସମୟ କାଳ ଶାସନ କ୍ଷମତା ରେ ରହିଲା ପରେ ଶାସକ ଦଳ ର ଗର୍ବ ଅହଙ୍କାର ବହୁ ମାତ୍ରା ରେ ବୃଦ୍ଧି ପାଇଯାଇଛି । ସେମାନେ ବର୍ତ୍ତମାନ ନିଜକୁ ଭଗବାନଙ୍କ ସମକକ୍ଷ ବୋଲି ବିବେଚନା କରିବାର ଧୃଷ୍ଟତା କରିବାର ଆରମ୍ଭ କରିଦେଲେଣି । ନିକଟ ଅତୀତ ରେ ପ୍ରତାପ ଦେବ ଓଡିଶା ର ପରିଚୟ ଶ୍ରୀଜଗନ୍ନାଥ ଆଉ ନାହାଁନ୍ତି ଓ ନବୀନ ପଟ୍ଟନାୟକ ଓଡିଶା ର ପରିଚୟ ବୋଲି କହିଥିଲେ । ଗତକାଲି ପ୍ରସନ୍ନ ବାବୁ ତାଙ୍କର ତାମିଲ ଗୁମାସ୍ତା ଙ୍କୁ ଭଗବାନ ଶ୍ରୀକୃଷ୍ଣ ଙ୍କ ସହିତ ତୁଳନା କଲେଣି ।କଥାରେ ଅଛି “ଅତି ଉତୁପାତ ନ ହେବୁ ବାଉଁଶ, କାଟିଲେ ହୋଇବୁ କରଡ଼ି, ବୁଣିଲେ ହୋଇବୁ ଟୁପୁଲି ଚାଙ୍ଗୁଡ଼ି, ପୋଡିଲେ ହୋଇବୁ ପାଉଁଶ”ଦୀର୍ଘ ୨୫ ବର୍ଷ ରେ ବିଜେଡି ଦଳ ର ନେତା ମନ୍ତ୍ରୀ କାର୍ଯ୍ୟକର୍ତ୍ତା ଙ୍କ ଆଚାରଣ ଉଚ୍ଚାରଣ ପ୍ରମାଣିତ କରିସାରିଛି ଯେ କିଏ କୌରବ ।
କୌରବ ମାନଙ୍କର ସମସ୍ତ ବୁଦ୍ଧି, ଗୁଣ, ଚରିତ୍ର ବିଜେଡି ନେତା ମନ୍ତ୍ରୀ କର୍ମୀ ଠାରେ ହିଁ ରହିଛି । ନାରୀ ଅତ୍ୟାଚାର, ନାରୀ ଙ୍କୁ ଅସମ୍ମାନ, କୂଚକ୍ରାନ୍ତ କରି ଶାସନରେ ରହିବା, ମିଥ୍ୟା କହିବା, ଅଧର୍ମ କରିବା, ବିଶ୍ୱାସଘାତ କରିବା ଭଳି ଅପକର୍ମ ସବୁ ବିଜେଡି ଵାଲା ଙ୍କ ପାଖରେ ରହିଛି । କୌରବ ଙ୍କ ରାଜା ଧୃତରାଷ୍ଟ୍ର ଙ୍କ ସମସ୍ତ ପ୍ରକାର ର ଅଵଗୁଣ ତାଙ୍କ ଦଳ ର ସୁପ୍ରିମୋ ଙ୍କ ପାଖରେ ମଧ୍ୟ ରହିଛି । ପ୍ରକୃତ ରେ ଓଡ଼ିଶାବାସୀ ଜାଣିଲେନି ଯେ ଏମାନେ ହେଉଛନ୍ତି କୌରବ ସେନା ଓ ତାଙ୍କ ଧୃତରାଷ୍ଟ୍ର ଓ ଶକୁନି ଭୁବନେଶ୍ୱର ରେ ଅଛନ୍ତି ।ବିଜେଡି ଦଳ ସବୁବେଳେ ହିନ୍ଦୁ ଧର୍ମ କୁ ଆଘାତ କଲା ଭଳି ମତାମତ ଦିଏ ଓ କାର୍ଯ୍ୟ କରେ । ହିନ୍ଦୁ ଧର୍ମ ର ଦେବା ଦେବୀ ଙ୍କୁ ନେଇ କଟାକ୍ଷ କରେ ଓ ଅପମାନିତ କରେ । ଯଦି ତାଙ୍କର ସତସାହସ ଅଛି ତାହେଲେ ଥରେ ଅନ୍ୟ ଧର୍ମ ର ଆରାଧ୍ୟ ବିଷୟ ରେ କୌଣସି ପ୍ରକାର ର କୁଟିପ୍ପଣୀ ଦେଇ କି ଦେଖନ୍ତୁ ।ଶ୍ରୀ ରଥ ଆହୁରି ମଧ୍ୟ କହିଛନ୍ତି ଯେ…ବିଜେଡି ବାଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଠୁଁ ଶାଳୀନତା ଓ ସରଳତା ର ଶିକ୍ଷା ନେବା ଉଚିତ । ଗୋଟିଏ ପଟେ ନରେନ୍ଦ୍ର ମୋଦୀ ଜୀ କୁହନ୍ତି ମୁଁ ହେଉଛି ୧୪୦କୋଟି ଦେଶବାସୀ ଙ୍କ ପ୍ରଧାନ ସେବକ ତ ଅନ୍ୟ ପଟେ ଧର୍ମେନ୍ଦ୍ର ପ୍ରଧାନ କୁହନ୍ତି ମୁଁ ଆପଣ ମାନଙ୍କର ହଳିଆ । ନିକଟ ଅତୀତ ରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଁ ତ ନିମିତ୍ତ ମାତ୍ର, ଲୋକେ ତ ମୋଦୀ ଙ୍କୁ ଚିହ୍ନନ୍ତି ମୋଦୀ ଙ୍କୁ ଜାଣନ୍ତି । ମୋଦୀ ଜୀ ବିକଶିତ ଭାରତ ପାଇଁ ତିଆରି କରୁଥୁବା ସେତୁ ବନ୍ଧ ରେ ମୁଁ ତ ସାମାନ୍ୟ ଗୁଣ୍ଡୁଚି ମୂଷା । ଲୋକେ ମୋଦୀ ଙ୍କୁ ଦେଖି ମୋ ପିଠି କୁ ଆଉଁସି ଦେଲେ ମୁଁ ଖୁସି ।ଆଜିର ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହିଥିବା ବେଳେ ବରିଷ୍ଠ ବିଜେପି କର୍ମୀ ମୁକେଶ ଜରିୱାଲ ସହଯୋଗ କରିଥିଲେ ।
ନାମାଙ୍କନ ପତ୍ର ଦାଖଳ କଲେ କଂଗ୍ରସ ପ୍ରାର୍ଥୀ ଟଙ୍କଧର ସାହୁ।