Saturday, April 19, 2025
spot_imgspot_imgspot_img
Homeରାଜନୀତିନାମାଙ୍କନ ପତ୍ର ଦାଖଳ କଲେ କଂଗ୍ରସ ପ୍ରାର୍ଥୀ ଟଙ୍କଧର ସାହୁ।

ନାମାଙ୍କନ ପତ୍ର ଦାଖଳ କଲେ କଂଗ୍ରସ ପ୍ରାର୍ଥୀ ଟଙ୍କଧର ସାହୁ।

ପଦ୍ମପୁର-ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନ ଦାଖଳର ପ୍ରଥମ ଦିନରେ ହିଁ ଶକ୍ତି ପ୍ରଦର୍ଶନ କରିଛି ପଦ୍ମପୁର କଂଗ୍ରେସ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଳ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁ । ପଦ୍ମପୁର ସହରର ଅଶୋକ ପଡିଆ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ପଦ୍ମପୁର ବିଧାନସଭା ରିଟର୍ଣ୍ଣି ଅଧିକାରୀ ତଥା ପଦ୍ମପୁର ଉପଜିଲ୍ଲାପାଲ ଅ।।ଲୋକ କୁମାର ପଟେଲଙ୍କ ଠାରେ ନାମାଙ୍କନ ପତ୍ର ଦାଖଳ କରିଛନ୍ତି ।

ଟଙ୍କଧର ସାହୁଙ୍କ ନାମାଙ୍କନ ଦାଖଳ ବେଲେ ହଜାର ହଜାର ମହିଳା ସମର୍ଥନ ଦେଇଥିବା ଦେଖରବାକୁ ମିଲିଥିଲା । ନାମାଙ୍କ ଦାଖଳ ସମୟରେ ବରଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ,ହରଦୀପ ସିଂ ,ଗୌନ୍ତିଆ ସାହୁ,ମନୋଜ ତ୍ରିବେଦୀ,ବିନୋଦ କଲିଆ , ମନଜୁଲ ହୁସେନ, ମୁଜଫର ହୁସେନ,ଗଜେନ୍ଦ୍ର ଶର୍ମା,ବିଜୟାନନ୍ଦ ପଟ୍ଟନାୟକ,ଧୁବଲେ ସାହୁ,ପ୍ରଦୀପ ବେହେରା,ବିକାଶ ବହିଦାର,ଉଦ୍ଧବ ପ୍ରଧାନ, ଭୈରବ ପଧାନ,ନାରୀନେତ୍ରୀ ଜ୍ୟୋତିର୍ମୟୀ ସାହୁ,ସୁର୍ଯ୍ୟପ୍ରଭା ସାହୁ,ତାନବି ସାହୁ,ମୌସୁମୀ ସାହୁ,ସୁଧାରାଣୀ ସାହୁ ଙ୍କ ସମେତ ଅନ୍ୟାନ୍ୟ ନେତା ମାନେ ଉପସ୍ଥିତ ଥିଲେ ।

error: Content is protected !!