Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିନବରସ କଳା ପରିଷଦ,ବରଗଡର ବାର୍ଷିକ ବୈଠକ ।

ନବରସ କଳା ପରିଷଦ,ବରଗଡର ବାର୍ଷିକ ବୈଠକ ।

ବରଗଡ-ବରଗଡ ସ୍ଥିତ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନବରସ କଳା ପରିଷଦର ବାର୍ଷିକ ବୈଠକ ଉପସଭାପତି ଶ୍ରୀଯୁକ୍ତ ଦେବାନନ୍ଦ ସାହୁ (ବାଙ୍କl) ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ଦିନରେ ସଂଘର ନୂତନ କଳେବର ସହିତ ବିଭିନ୍ନ ସମସ୍ୟାର ସମାଧାନ,ନାଟ୍ୟ ପ୍ରଦର୍ଶନ,ନୂତନ ସଦସ୍ୟ,ସଦସ୍ୟା ପଞ୍ଜିକରଣ ତଥା ସଙ୍ଘର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ବରିଷ୍ଠ ଉପଦେଷ୍ଟା ତଥା ଉଦ୍ୟୋକ୍ତା ଶ୍ରୀଯୁକ୍ତ ସୁରେନ୍ଦ୍ର ହୋତା ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ପ୍ରଦୀପ ପଣ୍ଡା,ଡୋଳାମଣି ସିଂ,ହେମସାଗର ମହାପାତ୍ର,କ୍ରିଷ୍ଣା,କନକ ଡନସନl, ସୁଶୀଳା ନାୟାର,ମନୋରଞ୍ଜନ ମିଶ୍ର,ସୁଜିତ ବେହେରା,ରତନ ଗୁରୁ,ସଞ୍ଜୀବ ଚିନ୍ତାମଣି,ରାଜା ଦାଶ,ପରିତୋଷ ବେହେରା,ଅଞ୍ଜଳୀ ସିଂ,ଗଙ୍ଗା ଭୁଏ ପ୍ରମୁଖ ସଦସ୍ୟ,ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!