Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନଅଗାଁ-କ ଧନୁଯାତ୍ରା ମହୋତ୍ସବ ନିମନ୍ତେ କଂସ ବରଣ ।

ନଅଗାଁ-କ ଧନୁଯାତ୍ରା ମହୋତ୍ସବ ନିମନ୍ତେ କଂସ ବରଣ ।

ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ-କ ଠାରେ ହେବାକୁ ଥିବା ଦଶମ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ବରଗଡ଼ ଦେଓଗାଁ ନିବାସୀ ଶ୍ରୀଯୁକ୍ତ ଜଗଦାନନ୍ଦ ମିଶ୍ରଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁଁ ବିଧିବଦ୍ଧ ଭାବେ ବରଣ କରାଯାଇଛି। ଆଜି ନଅଗାଁ ଗ୍ରାମବାସୀଙ୍କ ତରଫରୁ ଶ୍ୟାମସୁନ୍ଦର ଡନସନା, ବାବୁ ଦେହେରୀ, ଡାକ୍ତର ଡନସନା,ସଂଜୀବ ଦାସ୍,ରାଜୁ ବିଶ୍ଵାଲ୍,ଲବ ଭୋଇ, ଦେବହରି ବାରିକ୍,ମଧୁ ବିଶ୍ଵାଲ୍,ଗଙ୍ଗା ଗଡତିଆ ପ୍ରମୁଖ

ଶ୍ରୀଯୁକ୍ତ ମିଶ୍ରଙ୍କ ବାସଭବନକୁ ଯାଇ ତାଙ୍କୁ ନାରିକେଲ, ବସ୍ତ୍ର ତଥା ଉପବିତ ଅର୍ପଣ କରି ଚଳିତ ବର୍ଷ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିବା ପାଇଁଁ ବରଣ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ମଧ୍ୟ ସମସ୍ତ ଙ୍କୁ ସାଦରେ ସ୍ଵାଗତ ଜଣାଇଥିଲେ।

ପ୍ରକାଶ ଥାଉକି ଚଳିତବର୍ଷ ଦଶମ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଚଳିତ ଡିସେମ୍ବର ୨୨ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବଲାଙ୍ଗୀର ଜିଲ୍ଲା ନଅଗାଁ ଗ୍ରାମ ମଥୁରା ନଗରୀ, ବରଗଡ଼ ଜିଲ୍ଲାର ସାଉଥ୍ ଖଣ୍ଡି ଗ୍ରାମ ଗୋପପୁର ତଥା ମଝିରେ ପ୍ରବାହିତ ଅଙ୍ଗ ନଦୀକୁ ଯମୁନା ନଦୀ ରୂପେ ଚିତ୍ରିତ କରାଯାଇଥାଏ।

error: Content is protected !!