Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଧୂମାଭଟାରେ ଗାୟତ୍ରୀ ମହାଯଜ୍ଞ ।

ଧୂମାଭଟାରେ ଗାୟତ୍ରୀ ମହାଯଜ୍ଞ ।

ପଦ୍ମପୁର(ରିପୋର୍ଟ- ପ୍ରତାପ ନାଥ)-ପଦ୍ମପୁର ନିକଟସ୍ଥ ଧୂମାଭଟା ଗ୍ରାମରେ ବିଶ୍ଵଶାନ୍ତି ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି। ଉକ୍ତ ଯଜ୍ଞରେ ୨୫ ଯୋଡ଼ି ଯଜ୍ଞକର୍ତ୍ତା ବସିଥିଲେ ଓ ୩୨ ଯୋଡ଼ି ଦେବ ଦମ୍ପତି ସମ୍ବିଲନୀ ଏବଂ ୧୭ ଜଣ ଦିକ୍ଷୀତ ହେଲେ। ଉକ୍ତ ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବେ ଜ୍ୟୋତି ସରାଫ ଓ ସ୍ବାମୀ ରିତେଶ ସରାଫ ବହନ କରିଥିଲେ। ୧୦୮ ଜଣ ମା ଭଉଣୀ କଳସ ଧରି ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳକୁ ପାଣି ଆଣିଥିଲେ। ତିନିଦିନ ଧରି ପ୍ରବଚନ, ହୋମଯଜ୍ଞ, ଜପଯଜ୍ଞ, ଦୀପଯଜ୍ଞ ବିଭିନ୍ନ ପ୍ରକାର ସଂସ୍କାର କାର୍ଯକ୍ରମ କରାଯାଇଥିଲା।

ଏଥିର ମୂଖ୍ୟ ପ୍ରବଚକ ଭାବରେ ବୁଡ଼ାମାଲ ଗାୟତ୍ରୀ ପୀଠର ଶ୍ରୀଯୁକ୍ତ ମୀନକେତନ ପାତ୍ର ଏବଂ ତାଙ୍କର ସହଯୋଗୀଙ୍କ ତତତ୍ଵାବଧାନରେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଗଲା। ଏହି ଯଜ୍ଞରେ ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁ ଆସି ଯଜ୍ଞରେ ଭାଗ ନେଇ ଆହୁତି ପ୍ରଦାନ କରିଥିଲେ। ସମସ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଯଜ୍ଞ ରପୂର୍ଣାହୁତି ଦିନ ସନ୍ଧ୍ୟାରେ କୀର୍ତ୍ତନ ବୈଠକି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଧୁମାଭଟା ଗ୍ରାମର ଗାୟତ୍ରୀ ପରିବାର ତଥା ଗ୍ରାମବାସୀଙ୍କ ତତତ୍ଵାବଧାନରେ ହୋଇଥିଲା। ଶ୍ରୀଯୁକ୍ତ ଚତୁର୍ଭୁଜ ଡନସନା, କଲାଚନ୍ ଧରୁଆ, ଋତୁରାଜ ସାହୁ ଓ ଇନ୍ଦ୍ରମଣି ଭୋଇ ଆୟୋଜନ କରିଥିଲେ।

error: Content is protected !!