Sunday, November 24, 2024
spot_imgspot_imgspot_img
Homeଅଘଟଣଧର୍ମପରାୟଣା ଶୈଳବାଳା ମହାନ୍ତିଙ୍କ ପରଲୋକ।

ଧର୍ମପରାୟଣା ଶୈଳବାଳା ମହାନ୍ତିଙ୍କ ପରଲୋକ।

ବରପାଲି-ବରିଷ୍ଠ ସାମ୍ବାଦିକ ତଥା ଜାବ୍ ଉପ-ସଭାପତି ପ୍ରଭୁଚରଣ ମହାନ୍ତିଙ୍କ ମାତା ତଥା ବିଶିଷ୍ଟ ନାଟ୍ୟ ନିର୍ଦେଶକ ସ୍ୱର୍ଗତ ପଞ୍ଚାନନ ମହାନ୍ତିଙ୍କ ଧର୍ମପତ୍ନୀ ଶୈଳବାଳା ମହାନ୍ତିଙ୍କ ୮୪ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସ୍ୱର୍ଗତା ମହାନ୍ତି ଦୀର୍ଘ ଦିନରୁ ବୟସାଧିକ କାରଣରୁ ଅସୁସ୍ଥ ରହି ଘରେ ଚିକିତ୍ସିତ ହେଉଥିଲେ । ସେ ଜଣେ ମେଳାପୀ, ହୃଦୟୀ, ପରୋପକାରୀ ମହିଳା ଥିଲେ ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ୪ଚାରି ଗୋଟି ପୁଅ ପ୍ରଭୁ ଚରଣ ମହାନ୍ତି, ବିଭୂଚରଣ ମହାନ୍ତି, ରିଭୁ ଚରଣ ମହାନ୍ତି ,ଶମ୍ଭୁ ମହାନ୍ତି, ଦୁଇ ଝିଅ ଅଞ୍ଜନା, ସାନ ଝିଅ ବାସନ୍ତୀଙ୍କ ସହ ନାତି, ନାତୁଣୀ ଉପସ୍ଥିତ ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ବରପାଲି ସ୍ଥିତ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ ପୁଅ ପ୍ରଭୁ ମହାନ୍ତି ମୁଖାଗ୍ନି ଦେଇଥିଲେ ।

error: Content is protected !!