କଳାହାଣ୍ଡି(ବିଘ୍ନେଶ୍ୱର ନାୟକ-ପିଙ୍କୁ)-ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ସମସ୍ୟା ନୁହେଁ ଏହି ଠାରେ ରୋଗୀକୁ ନେବା ପାଇଁ ଷ୍ଟେଚର, ହୁଇଲଚେୟାର ମଧ୍ୟ ମରୁଡ଼ି ହୋଇଛି । ଏହି ଛୋଟ ଛୋଟ ଜିନିଷ ଯୋଗୁଁ ଅନେକ ହଇରାଣ ର ସମ୍ମୁଖିନ ହୋଇ ଶେଷରେ ମୃତ୍ୟୁ ବରଣ କରୁଛନ୍ତି । ଏମିତି ଏକ ଦୃଶ୍ୟ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଦେଖିବା କୁ ମିଳିଛି । ଶନିବାର ଦିନ ସକାଳୁ ଜଣେ ବୟସ୍କ ବୁଢ଼ୀ ମା ହଟାତ ଗୁରୁତର ହେବାରୁ ତାଙ୍କ ପୁଅ ଗୋଟିଏ ଚାରିଚାକିଆ ଗାଡି ଯୋଗେ ଡାକ୍ତରଖାନା ଆଣି ଥିଲେ ହେଲେ ଧର୍ମଗଡ ଓପିଡ଼ି ରେ ରୋଗୀକୁ ନେବା ପାଇଁ ଷ୍ଟେଚର ନ ଥିଲା ଯାହାଫଳରେ ରୋଗୀ ବିଳମ୍ବ ରେ ଚିକିତ୍ସା ପାଇଲା ।
ଚିକିତ୍ସା ପରେ ମଧ୍ୟ ଅବସ୍ଥା ଠିକ ନଥିବାରୁ , ଧର୍ମଗଡ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ନେଉଥିବା ବେଳେ ଧର୍ମଗଡ ଡାକ୍ତରଖାନରୁ କିଛି ଦୂରରେ ଆମ୍ବୁଲାନ୍ସ ପଞ୍ଚର ହୋଇଯାଇଥିଲା । ଆମ୍ବୁଲାନ୍ସ ରେ ଆଉ ଜରୁରୀ କାଳୀନ ଚକା ନଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିଲା ନାହିଁ । ଶେଷରେ ରୋଗୀ ସେହି ଆମ୍ବୁଲାନ୍ସ ରେ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସ ପାଇଲଟ କୁ ପଚାରିଲେ ସେ କହୁଛି କି , ମୋ ଆମ୍ବୁଲାନ୍ସ ରେ ଆଉ ଜରୁରୀ କାଳୀନ ଚକା ନାହିଁ, ଅନ୍ୟ ପକ୍ଷ ଜିଲ୍ଲା ଆମ୍ବୁଲାନ୍ସ ସିଏଲ ସୁଭାସିସ ଜେନା ମଧ୍ୟ ଏକ ଖମଖିଆଳି ମନଭାବ ପରି ପ୍ରତିକ୍ରିୟା ଦେଇଥିଲେ । ଧର୍ମଗଡ ଡାକ୍ତର ଖାନାରେ ଡାକ୍ତର ସମସ୍ୟା ସହିତ ଷ୍ଟେଚର , ହୁଇଲର ଚେୟାର ର ମଧ୍ୟ ସମସ୍ୟା ରହିଛି ।
ଏହି ସମନ୍ଧେ, ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧିକାରୀ ଡା ସୁଚେତା ପାଣି , ନିଶ୍ଚିତ ଭାବେ ବହୁତ ଶୀଘ୍ର ବ୍ୟବସ୍ଥା କରିବା ପାଇଁ କଥା ହେଉଛି ପ୍ରକାଶ କରିଥିବା ବେଳେ ଆମ୍ବୁଲାନ୍ସ ପାଇଲଟ କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଲୟ ଅଧିକାରୀ ଡା ସଦାନନ୍ଦ ପାଣିଗ୍ରାହୀ ତାଗିଦ କରିଥିଲେ । ଧର୍ମଗଡ ଡାକ୍ତରଖାନାର ଏହି ଛୋଟ ଛୋଟ ସମସ୍ୟା ପାଇଁ ମଧ୍ୟ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଥିବା, ସହିତ ରାଜ କୋଷରୁ ଡାକ୍ତରଖାନାର ଉନ୍ନତି କରଣ ଓ ରୋଗୀ ପାଇଁ ଅସୁବିଧା ଅନେକ ସୁବିଧା ଉପରେ ଏକ ପ୍ରକାର ନିରପେକ୍ଷ ତଦନ୍ତ କଲେ ସାଧାରଣ ଲୋକ ଅନେକ ସୁବିଧା ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।