Saturday, March 7, 2026
Homeଅଘଟଣଧର୍ମ ପରାୟଣା ମହିଳାଙ୍କ ସ୍ୱର୍ଗାବାସ ।

ଧର୍ମ ପରାୟଣା ମହିଳାଙ୍କ ସ୍ୱର୍ଗାବାସ ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ସୁନାମ ଧନ୍ୟ ଶିକ୍ଷକ ସ୍ଵର୍ଗତ ସୁବଳ ସାହୁଙ୍କ ଧର୍ମପତ୍ନୀ, ଧର୍ମ ପରାୟଣା ସତ୍ୟଭାମା ସାହୁଙ୍କ ୮୪ ବର୍ଷ ବୟସରେ ବୁଧବାର ଅପରାହ୍ନ ସମୟରେ ସ୍ୱର୍ଗପ୍ରାପ୍ତି ହୋଇଯାଇଛି। ସେ ଦୀର୍ଘ ଦିନରୁ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କର ବଡ଼ପୁଅ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରମୋଦ ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କ ପଛରେ ସେ ତାଙ୍କର ଅନ୍ୟ ଦୁଇ ପୁଅ ପ୍ରସନ୍ନ ଓ ପ୍ରତାପ ତାଙ୍କର ପୁତ୍ରବଧୂ, ନାତି ଓ ନାତୁଣୀ ଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ମୃତ୍ୟୁରେ ଗ୍ରାମରେ ବିଷାଦର ଛାୟା ଖେଳିଯାଇଛି। ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

error: Content is protected !!