ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗୋଇବାହାଳୀ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ଧନୁଯାତ୍ରା କରାଯାଉଛି। ପୁରାଣ ପୃଷ୍ଠଭୂମି ଆଧାରିତ କଥାବସ୍ତୁରେ କଂସର ଧନୁଯାତ୍ରା ଦର୍ଶକମାନେ ଉପଭୋଗ କରୁଛନ୍ତି। କଳା ଓ କଳାକାରଙ୍କ ଦକ୍ଷତା ମଞ୍ଚ ଉପରେ ଝଲସି ଉଠୁଛି। ଅନେକ ଅତିଥି କଳାକାର,ଦୋକାନ ବଜାର,ମିନାବଜାର ସାମିଲ ହୋଇ ଧନୁଯାତ୍ରାକୁ ଆହୁରି ମାର୍ଜିତ କରିଛି। କିନ୍ତୁ ମିନାବଜାରର ଏକ ଷ୍ଟଲରେ ଜୁଆ ଖେଳ ଚାଲିଥିଲା।

ସମସ୍ତ ଯୁବ ଗୋଷ୍ଠୀ ଉକ୍ତ ଷ୍ଟଲରେ ଜମା ହୋଇ ଜୁଆଖେଳରେ ସମସ୍ତ ଅର୍ଥ ଶ୍ରାଦ୍ଧ କରୁଛନ୍ତି । ବିଶ୍ବସ୍ଥ ସୂତ୍ରରୁ ଖବର ପାଇକମାଳ ପୋଲିସ ପବିତ୍ର ମଲାଙ୍ଗି( ୩୨) ନବରଙ୍ଗୁର ଜିଲ୍ଲା ରାଇଘରକୁ ଗିରଫ କରି ଥାନା କେଶ ନଂ ୨୯/୨୫ରେ ଏକ କେଶ ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି । ସେହିପରି ମନ୍ଦିର ପ୍ରତିଷ୍ଠା,ଯଜ୍ଞ,ପୂଜାପାର୍ବଣ ପାଇଁ ରାସ୍ତା ଉପରେ ବେଆଇନ ଚାନ୍ଦା ଅସୁଳି କରାଯାଉଛି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।

