ପାଇକମାଲ(ବିଦ୍ୟାଧର ସାହୁ)- ଆୟୁଷ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ବାରା ଆଜି ଠାରୁ “ଦେଶ କା ପ୍ରକୃତି ପରୀକ୍ଷଣ ଅଭିଯାନ” ଆରମ୍ଭ କରାଯାଇଛି। ଏ ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନୁସନ୍ଧାନ ଅନୁଷ୍ଠାନ, ପାଇକମାଳରେ ଏକ ଉଦଘାଟନୀ ଉତ୍ସବର ଆୟୋଜନ ହୋଇ ଥିଲା ।
ଆନନ୍ଦମାର୍ଗୀ ସନ୍ଥ ଶ୍ରୀ ଶ୍ରୀ ପରିପୂର୍ଣାନନ୍ଦ ଅଭଧୂତ୍ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ। ମହାବିଦ୍ୟାଳୟର ସମ୍ପାଦକ ମନୋଜ ତ୍ରିବେଦୀ, ଅଧ୍ୟକ୍ଷ ପ୍ରୋଫେସର ଡା.ଲକ୍ଷ୍ମୀଧର ବାରିକ ଉପସ୍ଥିତ ରହି ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଆୟୁର୍ବେଦ ଚିକିତ୍ସକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆୟୁର୍ବେଦ ଦ୍ୱାରା ସୁସ୍ଥ ରହିବାର ମନ୍ତ୍ର ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଅନୁପ୍ରାଣିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ । ଦେଶର ସମସ୍ତ ଆୟୁର୍ବେଦ ଡାକ୍ତର , ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଲୋକମାନଙ୍କର ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏକ ଆପ ମାଧ୍ୟମରେ ପ୍ରକୃତି ନିରୂପଣ କରିବେ। ଏହା ଦ୍ବାରା ଲୋକ ମାନେ ନିଜର ପ୍ରକୃତି ଜାଣିବା ସହ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଆହାର, ବିହାର ସମ୍ବନ୍ଧୀୟ ନିର୍ଦ୍ଦେଶ ପାଇପାରିବେ।