Sunday, March 8, 2026
Homeରାଜ୍ୟଦେବାହାଲ ଉଚ୍ଚ ବିଦ୍ୟାଳୟରେ ଅଗ୍ନିଶମ ବିଭାଗର ମକଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ।

ଦେବାହାଲ ଉଚ୍ଚ ବିଦ୍ୟାଳୟରେ ଅଗ୍ନିଶମ ବିଭାଗର ମକଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ବ୍ଲକ ଅଧିନ ଦେବାହାଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଅତାବିରା ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିପରି ଭାବରେ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ |

ଏହି କାର୍ଯ୍ୟକ୍ରମରେ ଅତାବିରା ଅଗ୍ନିଶମ ବିଭାଗ ଅଧିକାରୀ ଅଜିତ କୁମାର ଦେହୁରୀ,ଆଗ୍ନିକ ଗାଡି ଚାଳକ ଛବିଳ ମୁଣ୍ଡା,ଆଗ୍ନିକ ମଦନମହୋନ ଖମାରୀ,ବିଲି ବେହେରା,ଚକ୍ରଧନ ଦାଣ୍ଡିଆ,ସୌମ୍ୟରଂଜନ ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ଚାଳୁଥିବା ସମୟରେ ପ୍ରଧାନ ଶିକ୍ଷକ ସଦାନନ୍ଦ ବିଶ୍ବାଲ,ଅତ୍ୟୁଲ କୁମାର ରଥ,ରବିନ୍ଦ୍ର ପଧାନ,ମାନସ ବିଶ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ |

କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ପ୍ରକୃତି ବନ୍ଧୁ ଅମୃତ କୁମାର ବାରିକ | ଚିନ ଭୁଏ ଓ ବିଦ୍ୟାଳୟର ଅନ୍ଯାନ୍ଯ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

error: Content is protected !!