Saturday, April 19, 2025
spot_imgspot_imgspot_img
Homeରାଜ୍ୟଦେବଦତ୍ତ କ୍ଲବ ତରଫରୁ ଦମକିପାଲି ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର।

ଦେବଦତ୍ତ କ୍ଲବ ତରଫରୁ ଦମକିପାଲି ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର।

ପାଟଣାଗଡ଼-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦମକିପାଲି ଗ୍ରାମରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନାବାର୍ଡ ଜିଲ୍ଲା ପ୍ରବନ୍ଧକ ବଲାଙ୍ଗୀର ଡ.ବିବେକ କୁମାର ନାୟକ,ଏଲ୍. ଡି.ଏମ ପ୍ରଶାନ୍ତ ବେହେରା,କୃଷି ବିଶେଷଜ୍ଞ ମନୋଜ କୁମାର ବାରିକ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗୀର, ଲାରମ୍ଭା ବନପାଲ ବିରଞ୍ଚି କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ମଞ୍ଚାଷିନ ସମସ୍ତ ଅତିଥି ଜଙ୍ଗଲରେ ନିଆଁ ଲାଗିଲେ ତାର ନିରାକରଣ ଓ ଜଙ୍ଗଲ ସୁରକ୍ଷା,ବନ୍ୟଜନ୍ତୁ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ସଚେତନ ବାର୍ତ୍ତା ଦେଇଥିବା ବେଳେ ବନପାଲ ଶ୍ରୀଯୁକ୍ତ କୁମ୍ଭାର ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ସାଧାରଣରେ ସାମାଜିକ ଦାୟିତ୍ଵ ବୃଦ୍ଧି କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସହ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଳୋକଙ୍କୁ ନେଇ ବିଭିନ୍ନ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି।

ଫଳରେ ବର୍ତମାନ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ ବୋଲି ପ୍ରକାଶ କରିବା ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ପାଇଁ ନିବେଦନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଦେବଦତ୍ତ କ୍ଳବର ଶବ୍ଦ ଗଡତିଆ,ନିହାର ପ୍ରଧାନ,ଗାୟତ୍ରୀ ଭୋଇ,ସୁରେଶ ଖମାରୀ,ନୀଳମଣି ନାୟକ,ନିତ୍ୟାନନ୍ଦ ସାହୁ,ଉମାକାନ୍ତ ସାହୁ,ବିଜୟ ମାଝି,ବିରେନ୍ଦ୍ର ବାରିକ,ପଦ୍ମାବତୀ ସାହୁ,ରଶ୍ମିତା ସାହୁ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ଦମକିପାଲି ଓ ଆଖ ପାଖ ଗ୍ରାମରୁ ଶତାଧିକ ମହିଳା ଯୋଗ ଦେଇଥିଲେ । ପରିଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!