କଣ୍ଟାବାଞ୍ଜି – ମୁରିବାହାଲ ବ୍ଲକ ଡ଼ଙ୍ଗରପଡ଼ା ପଞ୍ଚାୟତର ଦନ୍ଦରା ଗ୍ରାମର ବାପ ମାଆ ଛେଉଣ୍ଡ ନାବାଳିକା ଝିଅ ସୁହାନା ଦୀପ। ଗତ ୬ ମାସରୁ ଉର୍ଦ୍ଧ୍ବ ହେବ ଦୃଷ୍ଟି ଶକ୍ତି ହରାଇବସିଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ଦୃଷ୍ଟି ଶକ୍ତି ହରାଇବା ପରେ ବୋଝ ହୋଇ ଘରେ ପଡିରହିଛନ୍ତି। ବଡ଼ ବାପା,ମାଆ ଏବେ ଆଶ୍ରୟ ଦେଇଛନ୍ତି। ସେମାନେ ମଧ୍ୟ ଦୃଷ୍ଟି ଶକ୍ତି ହରାଇଥିବା ଝିଅକୁ ଛାଡି ବାହାରକୁ ଯାଇ ପାରୁନାହାନ୍ତି।ସବୁବେଳେ ତାକୁ ଜଗି ରହୁଛନ୍ତି। ଦୃଷ୍ଟି ଶକ୍ତି ହରାଇଥିବା ଝିଅର ଅନେକ ସ୍ଥାନରେ ଚିକିତ୍ସିତ ମଧ୍ୟ କରିସାରିଲେଣି।ଉଚ୍ଚତର ଚିକିତ୍ସା କରାଗଲେ ଦୃଷ୍ଟି ଶକ୍ତି ଫେରି ପାଇବା ଆଶା ବାନ୍ଧିଛନ୍ତି। ୨୦୧୨ ରେ ଝିଅର ମା ମୃତ୍ୟୁ ହୋଇଥିବା ବେଳେ ୨୦୨୦ ରେ ବାପାଙ୍କ ମୃତ୍ୟୁ ହୋଇଥିଲା।
ବାପା ମାଙ୍କ ମୃତ୍ୟୁ ପରେ ଝିଅ ବେସାହାରା ହୋଇପଡିଥିବା ବେଳେ ବଡ଼ ବାପା,ମା ଆଶ୍ରୟ ଦେଇଛନ୍ତି। ଅନେକ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ଭଲ ହେବାରୁ ଉଚ୍ଚତର ଚିକିତ୍ସା ଲାଗି ସହାୟତା କରିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଥିଲେ। ଶୁକ୍ରବାର ଦିନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଦୃଷ୍ଟି ଶକ୍ତି ହରାଇଥିବା ସୁହାନା ଦୀପ ଙ୍କ ଘରକୁ ଯାଇ ଭେଟିବା ସହ ଦୁଃଖ ସୁଖ ଆଲୋଚନା କରିଥିଲେ। ଶୀତ ବସ୍ତ୍ର, ଫଳମୂଳ ପ୍ରଦାନ କରିବା ସହ ନୂଆ ବର୍ଷ ପରେ ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯିବ ବୋଲି ଝିଅଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ । ଭୁବନେଶ୍ୱରରେ ଉଚ୍ଚତର ଚିକିତ୍ସା କରାଯିବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି।