ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ସରକାରୀ କର୍ମଚାରୀ କଲେ ସାଧୁତାର ଶପଥ ପାଠ।
ବରଗଡ-ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ଅବସରରେ ରାଜ୍ୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ସାଧୁତାର ସପଥ ପାଠ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଗାଇସିଲେଟ ବ୍ଲକସ୍ଥିତ ଅସ୍ଵାନ ହଲ ଠାରେ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ସାଧୁତାର ସପଥ ପାଠ କରାଇଥିବା ବେଳେ ଉଭୟ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ଵାନ ହଲ ଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତେ ସଦର ମହକୁମାର ସମସ୍ତ କର୍ମକର୍ତ୍ତା ସାଧୁତାର ସପଥପାଠ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ମଧୁଛନ୍ଦା ସାହୁ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉତ୍କୋଚର କୁପ୍ରଭାବ ବିଷୟସରେ ବୁଝାଇ କହିବ ସହ “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି” ମୂଳମନ୍ତ୍ରରେ ଦୀକ୍ଷିତ ହେବା ସହ ଆଜି କରିଥିବା ସାଧୁତାର ଶପଥ ପାଠକୁ ନିଜ ଜୀବନରେ ଉପଯୋଗ କରି ଏକ ସୁସ୍ଥ ଏବଂ ଉତ୍କୋଚ ମୁକ୍ତ ସମାଜ ଗଠନ ପାଇଁ ଆଗେଇ ଆସିବା ପାଇଁ ଆହ୍ଵାନ କରିଛନ୍ତି ।
ରାଜ୍ୟ ସ୍ତରୀୟ ଆଭାସୀ କାର୍ଯ୍ୟକ୍ରମ ସାରିବା ପରେ ଜିଲ୍ଲାର ସମସ୍ତସରକାରୀ କାର୍ଯ୍ୟାଳୟର ମୁଖ୍ୟ ନିଜର ସମସ୍ତ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି । ସୂଚନା ଯୋଗ୍ୟକି , ଆଗାମୀ ୦୩.୧୧.୨୦୨୪ ତାରିଖ ପର୍ଯ୍ୟନ୍ତ ବରଗଡ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମ ସଭା, ସଚେତନତା ରାଲି ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରି ଲୋକଙ୍କୁ ସଚେତନ କରିବା ଯୋଜନା ରହିଅଛି ।