Sunday, March 8, 2026
Homeରାଜ୍ୟଦୁଇ ଆହତ ଯବାନଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଓଡ଼ିଶା...

ଦୁଇ ଆହତ ଯବାନଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ।

ନୁଆପଡା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ରୁ ମାତ୍ର ପାଞ୍ଚ କିଲୋମିଟର ଦୂରତା ଓଡ଼ିଶା ଛତିଶଗଡ ସୀମାନ୍ତ ରେ ସୁରକ୍ଷା ବାହିନୀ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନ ଙ୍କ ପରିବାର ଏବଂ ଆହତ ଯବାନ ଙ୍କ ସହ କଥା ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କ ସାହସିକ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ।

ତାଙ୍କ ପାଇଁ ପୋଲିସ ଓ ସୁରକ୍ଷା ବାହିନୀ ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ଆହତ ଯବାନ ହେଲେ କୋବରା ଯବାନ ନିରଜ କୁମାର ବର୍ମା, ଏସ ଓ ଜି ଯବାନ ଧର୍ମେନ୍ଦ୍ର ଭୋଇ ଙ୍କ ଘରକୁ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ଯାଇ ସ୍ଥିତ ଅନୁଧ୍ୟାନ ସହ ଆବଶ୍ୟକ ସହାୟତା ପାଇଁ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଏହି ସମ୍ପର୍କ ରେ ସାମ୍ବାଦିକ ସମ୍ମିଳନୀ ରେ ମଧ୍ୟ ପୋଲିସ ମହା ନିର୍ଦ୍ଧେଶକ ସୂଚନା ଦେଇଥିଲେ।

error: Content is protected !!