Sunday, March 8, 2026
Homeରାଜ୍ୟଦାଦନ ପ୍ରବଣ ବ୍ଲକରେ ଦାଦନ ରୋକିବା ଉପରେ ଆଲୋଚନା।

ଦାଦନ ପ୍ରବଣ ବ୍ଲକରେ ଦାଦନ ରୋକିବା ଉପରେ ଆଲୋଚନା।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସଭାଗୃହରେ ଲେବର କାର୍ଯ୍ୟାଳୟ ଓଡ଼ିଶା ଓ ଆଇନ ବିଶ୍ଵ ବିଦ୍ୟାଳୟ,ଓଡ଼ିଶା ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଗାଇସିଲେଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି ଅଧ୍ୟକ୍ଷତା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରଥ,ସମିତି ସଭ୍ୟ ସରୋଜ ସାହୁ,ଆଇନ ବିଶ୍ଵ ବିଦ୍ୟାଳୟର ଆସିଷ୍ଟାନ ପ୍ରଫେସର ନିକିତା ପଟ୍ଟଯୋଶୀ,ଆଶିଷ ବେଦୀ ପ୍ରୋଜେକ୍ଟ ମ୍ୟାନେଜର ବରଗଡ଼,

ମିଲନ କୁମାର ଭୋଇ ପ୍ରୋଜେକ୍ଟ ମ୍ୟାନେଜର ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗାଇସିଲେଟ ବ୍ଲକର ଦାଦନ ଶ୍ରମିକ ପ୍ରବାସୀ କାହିଁକି ହେଉଛନ୍ତି ସେ ବିଷୟରେ ଗ୍ରାମପଞ୍ଚାୟତ କିପରି ପଦକ୍ଷେପ ନେଲେ ଏହାକୁ ରୋକାଯାଇପାରିବ ସେ ବିଷୟରେ ସରପଞ୍ଚ ଏବଂ ବ୍ଲକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ଓ ବ୍ଲକର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଆଶିଷ ବେଦୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!