Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଦହିତାରେ ସ୍ବଭାବ କବିଙ୍କ ଜନ୍ମ ଜୟନ୍ତୀ ପାଳିତ।

ଦହିତାରେ ସ୍ବଭାବ କବିଙ୍କ ଜନ୍ମ ଜୟନ୍ତୀ ପାଳିତ।

ପଦ୍ମପୁର-ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ବିଦ୍ୟାଳୟ ଓ ସ୍ଥାନୀୟ ମେହେର ସମାଜର ମିଳିତ ପ୍ରଚେଷ୍ଟାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ,ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ମକରଧ୍ବଜ ବଗାର, ମେହେର ସମାଜ ଜୋନ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁଧିଷ୍ଠିର ମେହେର,

ବୋଡ଼ାସମ୍ବର ମେହେର ସମାଜ ସଂପାଦକ ଶ୍ରୀଯୁକ୍ତ ବିପିନ୍ ବିହାରୀ ମେହେର, ପରାମର୍ଶ ଦାତା ପ୍ରଦୀପ ମେହେର,କେନ୍ଦ୍ର ବୋର୍ଡ ସଦସ୍ୟ ସାଗର ମେହେର, ପବିତ୍ର ମେହେର, ଅଶ୍ଵିନୀ ମେହେର, ଖଗେଶ୍ୱର ମେହେର, ପ୍ରଦୀପ ମେହେରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସୀନ ଥିଲେ। ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ ବେଳେ ଲିଜୁତା ଛତ୍ରିଆ ଓ ସରସ୍ବତୀ ମେହେରଙ୍କ ସହଯୋଗରେ ଗଙ୍ଗାଧର ମେହେରୀୟ ସଙ୍ଗୀତରେ ପରିବେଶ ମୁଖରିତ ହେଉଥିଲା। ଛାତ୍ରୀ ନୂଆଦେଇ ମେହେର,ଓ ଶ୍ରୁତି ରଣା ଗଙ୍ଗାଧର ଙ୍କ ଜୀବନୀ ଓ ନାରୀ ଚରିତ୍ର ଉପରେ ବକ୍ତବ୍ୟ ରଖିଥିଲେ। ଶ୍ରୀଯୁକ୍ତ କିଶୋର କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!