ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି ।A1ରେ ୫ ଜଣଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ ୫୫୫ମାର୍କ ୯୨.୫୦%,ଗୋଲଡି ବେହେରା ୫୪୯ମାର୍କ ୯୧.୫୦%, ସ୍ଵସ୍ତିକ ବିଶି ୫୪୪ ମାର୍କ ୯୦.୬୬%,ଖୋଲଣା ମଞ୍ଜରୀ ସାହା ୫୪୦ ମାର୍କ ୯୦% ରଖି ଉର୍ତ୍ତିର୍ଣ୍ଣ ହୋଇଥିବା ବେଳେ A2 ରେ ୦୮ ଜଣ,B1 ରେ ୧୪ ଜଣ ,B2 ରେ ୨୮ ଜଣ , C ରେ ୯ ଜଣ,D ରେ ୨ ଜଣ ଏହିପରି ଭାବରେ ସଫଳତାର ସହ ୬୬ଜଣ ଶତପ୍ରତିଶତ ଫଳାଫଳ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଗୁରୁମା ଅଭିଭାବକ ଅଭିଭାବିକା ପରିଚାଳନା କମିଟୀର ସଭ୍ୟସଭ୍ୟା ଶୁଭେଚ୍ଛା ଜଣାଇଛନ୍ତି ।

