Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଦଶମ ବୈଦିକ ମହିମା ବିଶ୍ବଶାନ୍ତି ମହାଯଜ୍ଞ ।

ଦଶମ ବୈଦିକ ମହିମା ବିଶ୍ବଶାନ୍ତି ମହାଯଜ୍ଞ ।

ବରପାଲି-ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ପ୍ରଧାନ ଟିକିରାରେ ଦଶମ ତମ ମହିମା ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜିତ କୈଳାଶ ବାବାଙ୍କ ତତ୍ବାଧାନରେ ପରିଚାଳିତ ହୋଇଥିଲା। ଘନଶ୍ଯାମ ପ୍ରଧାନଙ୍କ ସଂଯୋଜନାରେ ଦ୍ବିଦିବସିୟ ଭାବରେ ମହାଯଜ୍ଞ ସଂଚାଳିତ ହୋଇଥିଲା। ତିର୍ଥବାସୀ ପଧାନ,ପ୍ରତିମା ପ୍ରଧାନ,ବଳରାମ ପଧାନ,ଅନିତା ପଧାନ,କଳ୍ପ ପଧାନ,ଗିତାଞ୍ଜଳୀ ପଧାନ,ବୁଲୁ ପଧାନ,ରିନା ପଧାନ ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ଯରେ ସହଯୋଗ କରିଥିଲେ।

ଶନିବାର କଳସ ଶୋଭାଯାତ୍ରା ବାହାରି ପରିକ୍ରମା ମାଧ୍ୟମରେ ମଣ୍ତପରେ କଳସ ମାନ ସ୍ଥାପନ ସହ ନିତିକାନ୍ତି ଆରମ୍ଭ କରାଯାଇଥିଲା। ମହାଦ୍ବିପ,ଝାଡଦୀପ ପ୍ରଜ୍ବଳନ ସହ ଯଜ୍ଞ ଅନୁଷ୍ଠାନ ମାଧ୍ୟମରେ ଆହୂତୀ ପ୍ରଦାନ ପର୍ବ ପାଳିତ ହୋଇଥିଲା। ରବିବାର ଯଜ୍ଞର ପୂର୍ଣ୍ଣାହୁତୀ ଉତ୍ସବ ସମ୍ପର୍ଣ୍ଣ ସହ ଭକ୍ତ ମାନଙ୍କ ଆଶିର୍ବାଦ କାମନା ପର୍ବ ସମାପନ ହୋଇଥିଲା। କାର୍ଯ୍ଯକ୍ରମରେ ବହୁ ଅଲେଖ ଧର୍ମାବଳମ୍ବୀ ସାଧୁ ସନ୍ଥ ଯୋଗ ଦେଇଥିବା ବେଳେ ଅଞ୍ଚଳର ବହୁ ଭକ୍ତ ମାନଙ୍କ ସମାଗମ ହୋଇଥିଲା।

error: Content is protected !!