Saturday, March 7, 2026
Homeଅଘଟଣଦଶ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ : କାର୍ଯ୍ୟରେ ଅବହେଳା ପାଇଁ ନିଆଯାଇଛି...

ଦଶ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ : କାର୍ଯ୍ୟରେ ଅବହେଳା ପାଇଁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ବୌଦ୍ଧ(ସିମୁନ ନାଏକ)-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷା ବିଭାଗରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ୧୦ଜଣ ଶିକ୍ଷକ ଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ଦରମା ବନ୍ଦ କରାଯାଇଛି । ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ୧୦ଜଣ ଶିକ୍ଷକ ଙ୍କୁ ଜାରି ହୋଇଛି ନୋଟିସ । ସୂଚନା ମୁତାବକ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ପୂର୍ବରୁ ସୂଚନା ନ ଦେଇ ଅଚାନକ ଭାବେ ବ୍ଲକର କିଛି ସ୍କୁଲ କୁ ଗ୍ରସ୍ତ କରିଥିଲେ । ଗ୍ରସ୍ତ ବେଳେ ୮ଟି ସ୍କୁଲ ରେ ୧୦ଜଣ ଶିକ୍ଷକଙ୍କ କାଯ୍ୟରେ ଅବହେଳା କରିଥିବା ଦେଖିବାକୁ ପାଇଥିଲେ ।

ଏହାକୁ ନେଇ ବିଇଓ ୧୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଝରଖମନ ସ୍କୁଲ ର ସୁରମଣି ମଲ୍ଲିକ, ବାହାଲି ସ୍କୁଲ ର ଦୟା ହଂସ ଓ ରାଜେନ୍ଦ୍ର ସାମଲ , ସୁରୁଣ୍ଡି ସ୍କୁଲ ର ପ୍ରଦୀପ ସାହୁ ,ବଲଣ୍ଡା ସ୍କୁଲ ର ସାଧୁ ଦେହୁରୀ ,ଖରସଙ୍କୁଲୋଇ ସ୍କୁଲ ର ବିରେନ୍ଦ୍ର ମହାକୁଡ଼ , ସାକୁସିଙ୍ଗା ସ୍କୁଲର ରଞ୍ଜନ ପାତ୍ର, କଣ୍ଟିଆପଦର ସ୍କୁଲର ବାବୁଲି ସାହୁ ଓ ଜିତେନ୍ଦ୍ର ଡାଳୁଆ ,ଗୋଠସାହି ଜ୍ୟୋସ୍ନାରାଣୀ ମିଶ୍ର ମୋଟ ୮ଟି ସ୍କୁଲ ର ୧୦ ଜଣ ଶିକ୍ଷକ ଏହି ତାଲିକାରେ ରହିଛନ୍ତି । ତେବେ କୌଣସି ଜଣେ ହେଲେ ଶିକ୍ଷକ ସନ୍ତୋଷ ଜନକ ଉତ୍ତର ନରଖିବାରୁ ସମସ୍ତଙ୍କର ଗୋଟିଏ ଦିନର ଦରମା ବନ୍ଦ ହୋଇଥିବା ଚିଠି ନମ୍ବର ୩୧୦୦ରେ ଉଲ୍ଲେଖ କରାଯାଇଛି ।

ଏଥିମଧ୍ୟରୁ ଅନେକ ଶିକ୍ଷକ ବିନାସୂଚନା ରେ ସ୍କୁଲରେ ଅନୁପସ୍ଥିତ ଥିବା ବେଳେ କିଛି ଜଣ ବିନା ସୂଚନା ରେ ଛୁଟି ପୂର୍ବରୁ ସ୍କୁଲ ରୁ ପଳେଇ ଆସୁଥିଲେ । ଆଉ କିଛି ନିଜ କାଯ୍ୟ ତଥା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ ର ପରୀକ୍ଷା ରେ ଅବହେଳା ହେତୁ ଏଭଳି ପଦକ୍ଷପ ନିଆଯାଇଥିବା ଚିଠି ରେ ଉଲ୍ଲେଖ ରହିଛି । ସେପଟେ ପ୍ରଥମେ କାରଣ ଦର୍ଶାଓ ନୋଟିସ ହୋଇଥିଲା କିନ୍ତୁ ସଂନ୍ତୋଷଜଣକ ଉତ୍ତର ଶିକ୍ଷକମାନେ ନ ଦେଇଥିବାରୁ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି ଓ ଆଗାମୀ ଦିନରେ ସବୁ ବ୍ଲକରେ ଏଭଳି ଅଚାନକ ଗସ୍ତ କରି ଶିକ୍ଷା ଭିତ୍ତିଭୂମି ସୁଦୃଢ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା କହିଛନ୍ତି ।

error: Content is protected !!