Saturday, March 7, 2026
Homeଅଘଟଣଦରମା ନ ମିଲିବାରୁ ସଫେଇ ଡାକ୍ତରଖାନା ସମ୍ମୁଖରେ ଧାରଣା।

ଦରମା ନ ମିଲିବାରୁ ସଫେଇ ଡାକ୍ତରଖାନା ସମ୍ମୁଖରେ ଧାରଣା।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଆଉଟସୋରସିଙ୍ଗ ସଫେଇ କର୍ମଚାରୀଙ୍କୁ ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା ଦରମା ନ ମିଳିଥିବା କାରଣରୁ ସଫେଇ କର୍ମଚାରୀ ମାନେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁସାରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଟଣାଗଡ଼ ଡାକ୍ତରଖାନାରେ କାର୍ଯ୍ୟରତ ୨୦ ରୁ ଉର୍ଦ୍ଧ୍ଵ ସଫେଇ କର୍ମଚାରୀଙ୍କୁ ଠୀକା କମ୍ପାନୀ ଦରମା ଦେଇନାହିଁ।

ଦରମା ପାଇଁ ସଫେଇ କର୍ମଚାରୀ କମ୍ପାନୀର ସୁପରଭାଇଜର ଅଭିମନ୍ୟୁ ମେହେରଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା ଆଜି କାଲି କହି ସମୟ ଗଡ଼ାଇ ଚାଲିଛନ୍ତି। ଦରମା ନ ମିଳିଲେ ପରିବାର କେମିତି ଚଳାଇବୁ ଓ ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଫେଇ କର୍ମଚାରୀ ସୂଚନା ଦେଇଛନ୍ତି। ଧାରଣାରେ ରାକେଶ ଷଣ୍ଡ, ସରୋଜ ଜାଲ, ରାକେଶ ଦୀପ, ରାଜୁ ସୁନା, ଜିତୁ କୁମ୍ଭାର, ପରମସିଂ ଗୁର୍ଲା ଙ୍କ ସହ ଆନ୍ୟନ୍ୟ କର୍ମଚାରୀ ସାମିଲ ଅଛନ୍ତି।

error: Content is protected !!