Wednesday, March 12, 2025
spot_imgspot_imgspot_img
Homeରାଜ୍ୟଦମକିପାଲି ଠାରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ।

ଦମକିପାଲି ଠାରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ।

ପାଟଣାଗଡ-ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦମକିପାଲି ବଜାର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି l ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାବାର୍ଡ ବଲାଙ୍ଗୀର ଜିଲ୍ଲା ପ୍ରବନ୍ଧକ ଶ୍ରୀଯୁକ୍ତ ଡ.ବିବେକ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏଲ.ଡି.ଏମ ପ୍ରଶାନ୍ତ ବେହେରା,କୃଷି ବିଶେଷଜ୍ଞ ମନୋଜ କୁମାର ବାରିକ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗୀର,ସମାଜ ସେବୀ ସୁଶାନ୍ତ ପଣ୍ଡା,ଲରମ୍ଭା ବନପାଳ ବିରଞ୍ଚି କୁମ୍ଭାର,ପଲ୍ଲବୀ କୁମ୍ଭାର,ପଲ୍ଲବୀ ପ୍ରଧାନ,ଗାୟତ୍ରୀ ଭୋଇ,ନିହାର ପ୍ରଧାନ,ରଶ୍ମିତା ସାହୁ,ପଦ୍ମାବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ନାବାର୍ଡ ଜିଲ୍ଲା ପ୍ରବନ୍ଧକ ଶ୍ରୀଯୁକ୍ତ ନାୟକ ନାରୀ ମାନଙ୍କ ତ୍ୟାଗ,ସେବା ଓ ବଳିଦାନ ର ଦିବସ ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସ ୮ ତାରିଖ ରେ ବିଶ୍ଵ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ମହିଳାଙ୍କ ସାମାଜିକ,ଆର୍ଥିକ,ସାଂସ୍କୃତିକ,ରାଜନୈତିକ ଏବଂ ଅନ୍ୟ କ୍ଷେତ୍ର ରେ ସଫଳତା ଓ ପାରଦର୍ଶିତା କୁ ଏହିଦିନ ର ଉଦ୍ଧେଶ୍ୟ ଓ ଏବେ ନାରୀ ଅବଳା ଆଉ ଦୁର୍ବଳା ନୁହଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତିର ପଥରେ ଚାଲିବା ସିଖିଲାଣି।

ଆଜି କାଲିର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମାନେ ସମାଜ ର ଏରୁଣ୍ଡିବନ୍ଧ ଡେଇଁ ସମାଜ ର ନେତୃତ୍ୱ ନେବା ଉଚିତ ମହିଳା ମାନଙ୍କ ନେତୃତ୍ୱରେ ଯେପରି ପରିବାର ର ଉନ୍ନତି ସାଧନ ହୋଇଥାଏ ସେହି ଭଳି ଭାବେ ମହିଳା ମାନେ ସମାଜ ର ନେତୃତ୍ୱ ନେଲେ ସମାଜର ଉନ୍ନତି ସାଧନ ହେବା ସହ ଗ୍ରାମାଞ୍ଚଳ ରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ଆଗକୁ ବଢ଼ି ପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ୨୦ ଜଣଙ୍କୁ ଅଗ୍ରଣୀ ଉଦ୍ୟୋଗୀ ମହିଳା ଭାବରେ ସମ୍ମାନିତ କରାଯାଇଥିଲା l ଏହା ପରେ ହୁଳହୁଳି ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥି ମାନେ ସମ୍ମାନିତ କରିଥିବା ବେଳେ ଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!