ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଥୁଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ପ୍ରତାପ କେଶରୀ ବହିଦାର ସ୍ଵାଗତ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅତିଥି ମାନେ ପ୍ରଥମେ ମାଁ ବାଗଦେବୀ ସରସ୍ଵତୀ ଓ ଶ୍ରୀ ଗଣେଶଙ୍କ ପ୍ରତି ଛବି ନିକଟରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଏହି ଉତ୍ସବରେ ସଭାପତିତ୍ବ କରି ଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମ୍ଭାର।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଏଥିରେ ମୁଖ୍ୟ ଅତିଥି ଭାବରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷା ଅଂଜଳି ଭୂଏ, ସିଆରସିସି ମନୋରଞ୍ଜନ ବେହେରା ଓ ନାଗପଡା ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ସେଠ। ବରିଷ୍ଠ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ, ପଦ୍ମଲୋଚନ ପାଢ଼ୀ, ମୃତ୍ୟୁଞ୍ଜୟ କର, ନରସିଂହ ମହାପାତ୍ର, ଗଜପତି ମହାକୁର, କୁଶ ପ୍ରଧାନ, ଇନ୍ଦୁମତୀ ଦେଇ ଓ ପୂଜା ଡଣ୍ଡସନା ଯୋଗ ଦେଇଥିଲେ।
![](https://jagrataprahari.com/wp-content/uploads/2025/01/cover-1024x576.jpg)
ଏହି ସମୟରେ ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ପରିଚାଳନା କମିଟି ଚେୟାରମ୍ଯାନ ଫଗୁନୁ ଯୁଆଡି, ପୂର୍ଣ୍ଣ ଚନ୍ଦ୍ର ଯୁଆଡି, ଧର୍ମରାଜ ଭୂଏ ଯୋଗ ଦେଇଥିଲେ। ଏହି ସମୟରେ ଅତିଥି ମାନଙ୍କୁ ବିଦ୍ୟାଳୟ ର ଛାତ୍ରୀ ମାନେ ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଶିକ୍ଷକ ସିତାରାମ କନ୍ଧେର । ଏହି ସମୟରେ ବିଦ୍ୟାଳୟର ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା, ଏଥିରେ ସହଯୋଗ କରିଥିଲେ ଶିକ୍ଷକ ଅନନ୍ତ ପ୍ରଧାନ।
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ଏହି ଅବସରରେ ଛାତ୍ରଛାତ୍ରୀ ମାନକଂ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ଅଭିଭାବିକା ଗ୍ରାମ୍ୟ କମିଟି ର ଜୀତେନ୍ଦ୍ର ପୋଢ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ସିତାରାମ କନ୍ଧେର ଧନ୍ୟବାଦ ଅର୍ପଣ କରିଥିଲେ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)