Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଥୁଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଥୁଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଥୁଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ପ୍ରତାପ କେଶରୀ ବହିଦାର ସ୍ଵାଗତ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅତିଥି ମାନେ ପ୍ରଥମେ ମାଁ ବାଗଦେବୀ ସରସ୍ଵତୀ ଓ ଶ୍ରୀ ଗଣେଶଙ୍କ ପ୍ରତି ଛବି ନିକଟରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଏହି ଉତ୍ସବରେ ସଭାପତିତ୍ବ କରି ଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମ୍ଭାର।

ଏଥିରେ ମୁଖ୍ୟ ଅତିଥି ଭାବରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷା ଅଂଜଳି ଭୂଏ, ସିଆରସିସି ମନୋରଞ୍ଜନ ବେହେରା ଓ ନାଗପଡା ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ସେଠ। ବରିଷ୍ଠ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ, ପଦ୍ମଲୋଚନ ପାଢ଼ୀ, ମୃତ୍ୟୁଞ୍ଜୟ କର, ନରସିଂହ ମହାପାତ୍ର, ଗଜପତି ମହାକୁର, କୁଶ ପ୍ରଧାନ, ଇନ୍ଦୁମତୀ ଦେଇ ଓ ପୂଜା ଡଣ୍ଡସନା ଯୋଗ ଦେଇଥିଲେ।

ଏହି ସମୟରେ ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ପରିଚାଳନା କମିଟି ଚେୟାରମ୍ଯାନ ଫଗୁନୁ ଯୁଆଡି, ପୂର୍ଣ୍ଣ ଚନ୍ଦ୍ର ଯୁଆଡି, ଧର୍ମରାଜ ଭୂଏ ଯୋଗ ଦେଇଥିଲେ। ଏହି ସମୟରେ ଅତିଥି ମାନଙ୍କୁ ବିଦ୍ୟାଳୟ ର ଛାତ୍ରୀ ମାନେ ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଶିକ୍ଷକ ସିତାରାମ କନ୍ଧେର । ଏହି ସମୟରେ ବିଦ୍ୟାଳୟର ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା, ଏଥିରେ ସହଯୋଗ କରିଥିଲେ ଶିକ୍ଷକ ଅନନ୍ତ ପ୍ରଧାନ।

ଏହି ଅବସରରେ ଛାତ୍ରଛାତ୍ରୀ ମାନକଂ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ଅଭିଭାବିକା ଗ୍ରାମ୍ୟ କମିଟି ର ଜୀତେନ୍ଦ୍ର ପୋଢ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ସିତାରାମ କନ୍ଧେର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!