Wednesday, January 22, 2025
spot_imgspot_imgspot_img
Homeରାଜ୍ୟଥିଲା ଲୋକଙ୍କୁ ଶହେ ମାଫ୍ ଗରୀବଙ୍କୁ ଚାବୁକ୍ ମାଡ ।

ଥିଲା ଲୋକଙ୍କୁ ଶହେ ମାଫ୍ ଗରୀବଙ୍କୁ ଚାବୁକ୍ ମାଡ ।

୨୧୬.୯୫ ଏକଡ ଗୋଚର ଜମି କାହା ସ୍ୱାର୍ଥରେ ?

ଗାଇସିଲେଟ- ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତଟି ଗୁଦେରପାଲି,ବେହେରାବାହାଲି,ଜାମୁଟପାଲି ଏବଂ ରେଙ୍ଗାଲପାଲି ଚାରିଖଣ୍ଡ ଗାଁକୁ ନେଇ ଗଠିତ।ଏହି ଗ୍ରାମପଞ୍ଚାୟତରେ ସର୍ବମୋଟ ୨୬୭୧.୬୭ ଏକର ଜମି ଅଛି।ସେଭିତରୁ ୨୩୮୧.୯୭ ଏକର ଚାଷ ଜମି ରଏତି ଥିବା ବେଳେ ୨୮୯.୭୦ ଏକର ଗୋଚର ଜମି ଅଛି। ବାକି ତିନି ଖଣ୍ଡ ଗାଁକୁ ବାତଦେଇ କେବଲ ଗୁଦେରପାଲି ଗାଁରେ ସର୍ବମୋଟ ୧୪୮୩.୭୨ ଏକର ଜମି ଥିବା ବେଳେ ସେଭିତରୁ ୧୧୯୩.୯୨ ଏକର ରଏତି ଏବଂ ୨୮୯.୭୦ ଏକର ଗୋଚର ଜମି ରହିଥିବାର ଗୁଦେରପାଲି ରାଜସ୍ବ ନିରୀକ୍ଷକ ଦୀପକ ମିର୍ଦ୍ଧା ସୁଚନା ଦେଇଛନ୍ତି।

କିନ୍ତୁ ପରିତାପର ବିଷୟ ଯେ ଗୁଦେରପାଲି ଗାଁରେ ୨୧୯.୧୭ ଏକର ଗୋଚର ଜମି ଥିବା ବେଳେ ସରକାରୀ ବାବୁ ମାନଙ୍କ ସହ ଏଅଞ୍ଚଳର ବୁଦ୍ଧିଜୀବୀ ହାତଗଣତି ଗୋଟିଏ କିମ୍ବା ଦୁଇ ଜଣ ଚାଷିଙ୍କ ପାଖରୁ ପ୍ରାୟ ୨.୨୨ ଏକର ଗୋଚର ଜମି ଛଡେଇ କେଉଁଠି ଆର.ଏମ.ସି ଗୋଦାମ ତିଆରି କରିଛନ୍ତି ତ କେଉଁଠି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ‌ ନିର୍ମାଣ କରିଛନ୍ତି। ଯେଉଁ ୨.୨୨ ଏକର ଗୋଚର ଜମି ଛଡେଇଛନ୍ତି,ସେହି ଚାଷୀମାନେ ସେ ଜମିର ମାଲଗୁଜାରି ଜରିମାନା ମଧ୍ୟ ସରକାରଙ୍କୁ ପୈଠ କରି ଚାଷ କରୁଥିଲେ।

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ‌ ହେଉ କିମ୍ବା ଆର.ଏମ.ସି ଗୋଦାମ ହେଉ ଏହା ଏଅଞ୍ଚଳର ଜନସାଧାରଣଙ୍କ ପାଇଁ ଦରକାର ଥିଲା।ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ବାକି ୨୧୬.୯୫ ଏକର ଗୋଚର ଜମି କାହା ସ୍ୱାର୍ଥରେ। କେବେ ବଡବଡ ଚାଷୀଙ୍କ ଗୋଚର ଜମି ଜବରଦଖଲ ଉଛେଦ ହେବ? ଏହି ଗୋଚର ଜମି ଜବରଦଖଲ ଟି କେବଲ ଗରିବ ଚାଷୀମାନଙ୍କ ପାଇଁ କି? ଏହା “ଥିଲା ଲୋକଙ୍କୁ ଶହେ ମାଫ୍ ଗରୀବଙ୍କୁ ଚାବୁକ୍ ମାଡ” ସଦୃଶ।

ଏବିଷୟରେ ଏଅଞ୍ଚଳର ସମସ୍ତ ଗୋଚର ଜମି ଚିହ୍ନଟ କରିବା ପାଇଁ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର ତତ୍ କାଳୀନ ଗାଇସିଲେଟ ତହସିଲଦାର ଟିଟସ ମହାନନ୍ଦିଆ ଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଚିହ୍ନଟ ହେଲା ନାହିଁ। ଏ ବିଷୟରେ ବର୍ତ୍ତମାନର ଭାରପ୍ରାପ୍ତ ତହସିଲଦାର ନେପାଲ ମୁଣ୍ଡାଙ୍କୁ ପଚାରିବାରୁ ପ୍ରଥମେ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

error: Content is protected !!