Saturday, March 7, 2026
Homeରାଜନୀତିତୃତୀୟ ପର୍ଯ୍ୟାୟରେ ବି ନିରାଶ ପଦ୍ମପୁର ।

ତୃତୀୟ ପର୍ଯ୍ୟାୟରେ ବି ନିରାଶ ପଦ୍ମପୁର ।

ବରଗଡ଼-ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ୩ୟ ପର୍ଯ୍ୟାୟରେ ବି ନିରାଶର ସ୍ୱାଦ ଚାଖିବାକୁ ପଡିଛି । ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ପକ୍ଷରୁ ଏଯାଏ ଘୋଷଣା ହୋଇନଥିବାରୁ ପଦ୍ମପୁର ବିଜେଡି କର୍ମୀ ମହଲରେ ନିର୍ବାଚନ ତାତି ମଉଳି ଯାଇଛି ।

ସୂଚନା ଯୋଗ୍ୟ ଯେ, ଦିବଙ୍ଗତ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ଅକାଳ ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେଡିରୁ ତାଙ୍କ ଝିଅ ବର୍ଷା ସିଂ ବାରିହା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ପ୍ରାୟ ୧ ଲକ୍ଷ ଭୋଟ୍ ରେ ବିଜୟୀ ହୋଇଥିଲେ ।

ଚଳିତ ଥର ପ୍ରଥମେ ଓ ଦ୍ୱିତୀୟ ପର୍ଯ୍ୟାୟକ୍ରମେ ବରଗଡ଼ ସଂସଦୀୟ କ୍ଷେତ୍ର ଝାରସୁଗୁଡା, ବ୍ରଜରାଜନଗର, ବରଗଡ଼, ବିଜେପୁର, ଭଟଲି , ଅତାବିରା ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଆଜିଯାଏ ପଦ୍ମପୁର ପ୍ରାର୍ଥୀ ଘୋଷଣା ହୋଇନାହିଁ । ଅନ୍ୟପଟେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଓ ବିଜେପିର୍ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସର ଟଙ୍କଧର ସାହୁ ନିଜ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ପ୍ରଚାର ପ୍ରସାର ରେ ଧିମେଇ ଯାଇଛି ବିଜେଡି ।

ପ୍ରକାଶ ଯୋଗ୍ୟ ଯେ, ଏହି ଆସନରୁ ଗତ ଉପ ନିର୍ବାଚନରେ ଖୋଦ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷାଙ୍କ ନିର୍ବାଚନ ପ୍ରଚାରରେ ଆସି ଅନେକ ଘୋଷଣା କରିଥିବା ବେଳେ ପଦ୍ମପୁରର ମୁଖ୍ୟ ଦାବି ରହିଥିବା ଜିଲ୍ଲା ଦାବି ପୂରଣ ହୋଇପାରିନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ବିଜେଡି ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଏହି ଆସନରୁ ବର୍ଷାଙ୍କ ବ୍ୟତୀତ ଦିବଙ୍ଗତ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପଣ୍ୟଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପତ୍ନୀ ବର୍ତ୍ତମାନର ପଣ୍ୟାଗାର ଅଧ୍ୟକ୍ଷ ମଞ୍ଜୁଶ୍ରୀ ବଢ଼େଇ ଅନ୍ୟ ଏକ ଦାବି ରହିଥିବା ଚର୍ଚ୍ଚାର ଖୋରାକ ଯୋଗାଇଛି । ସେହିପରି ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରୀତମ ମେହେର ମଧ୍ୟ ଏହି ଆସନରୁ ଅନ୍ୟ ଏକ ଦାବି ଦାର ମଧ୍ୟରେ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

error: Content is protected !!