ନୂଆପଡ଼ା(ଡୋଲେଶ୍ଵର ବାଗ)- ମଦ ବେପାର ଏମିତି କାୟା ବିସ୍ତାର କରିଛି ଯେ ଭାଟିରୁ ହଜାର ହଜାର ମଦ ପାଉଚ୍ଚ ସିଧା ଗାଁ ଗାଁ କୁ ପହଞ୍ଚାଉଛି ନିଜେ ଭାଟି କର୍ତ୍ତୃପକ୍ଷ । ଯାହା ଆଜି ଦେଖିବାକୁ ମିଳିଲା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ପଞ୍ଚାୟତ ନିକଟ ଫୋର୍ ୱେ ଠାରେ । ଜନସାଧାରଣ ଓ ଏସ ଏଚ ଜି ମହିଳା ଏକତ୍ରିତ ଭାବରେ ଏକ କମାଣ୍ଡର ସହ ୩୬୦୦ ଦେଶୀ ମଦ ପାଉଚ ଜବତ କରି ଏହାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀଙ୍କ ନିକଟରେ ପ୍ରତ୍ୟକ୍ଷ ଅଭିଯୋଗ ଆଣିଥିଲେ ।ସୂଚନାନୁଯାୟୀ ଆଜି ସକାଳ ସାଢେ଼ ସାତଟା ସମୟରେ ବିନପୁର ମଦ ଭାଟିରୁ ଏକ କମାଣ୍ଡର ଦ୍ଵାରା ୩୬୦୦ ଦେଶୀ ମଦ ପାଉଚ ଭର୍ତି ହୋଇ ନିକଟସ୍ଥ ଗାଁ ଗୁଡିକୁ କିମ୍ବା ଖଇରା ଭାଟିକୁ ଯାଉଥିଲା ଏହି ସମୟରେ ସୁନାପୂର ପାଖରେ କିଛିଲୋକ ଗାଡ଼ିରେ ମଦ ଯାଉଥିବାର ଦେଖି ଗାଡ଼ିକୁ ଅଟକାଇ ଥିଲେ ଓ SHG ମହିଳା ମାନଙ୍କୁ ଖବର ଦେଇଥିଲେ ।
କିଛି ମହିଳା ଓ ପୁରୁଷମାନେ ସେଠାରେ ପହଞ୍ଚି ଗାଡ଼ିକୁ ଅଟକାଇ ତାକୁ ଛାଡିନଥିଲେ । ପରେ ବୋଡ଼େନ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ଉତ୍ୟକ୍ତ ଲୋକେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ପାଖରେ ଦାବୀ ରଖିଥିଲେ । ଉଭୟ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଆଲୋଚନା କରି ଦେଶୀ ମଦ ପାଉଚ ସହ ଗାଡ଼ିକୁ ବୋଡ଼େନ ଥାନାକୁ ନେଇଗଲେ । ବର୍ତ୍ତମାନ ଉଚିତ୍ ନ୍ୟାୟ ଯୋଗାଇବାରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ କାହା ସପକ୍ଷରେ ଯାଉଛନ୍ତି ଏବଂ ଦୋଷୀ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ଦେଖିବାକୁ ବାକି ରହିଲା ।