Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତାଲପାଲି ଠାରେ ନବଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ।

ତାଲପାଲି ଠାରେ ନବଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ମହାଦେବ ଦାଶ ଓ ନିର ଦାଶ ଙ୍କ ସାନ ପୁଅ ଶ୍ରୀଯୁକ୍ତ ରଜନୀ କାନ୍ତ ଦାଶଙ୍କ ନିଜସ୍ଵ ଉଦ୍ୟମରେ ନୂତନ ନବଗ୍ରହ ମନ୍ଦିର ନିର୍ମାଣ କରିବା ପରେ ଆଜି ମନ୍ଦିର ଓ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମନ୍ଦିର ପ୍ରତିଷ୍ଠା ହେବା ପରେ ପାର୍ଶ୍ଵ ଦେଵା ଦେବି ନବଗ୍ରହ ମୂର୍ତ୍ତି ଙ୍କୁ ଵିଧି ବଦ୍ଧ ଭାବେ ପୂଜା କରା ଯାଇ ଆଜି ସନ୍ଧ୍ୟା ରେ ମନ୍ଦିରକୁ ପ୍ରବେଶ କରାଯାଇଛି। ଅଙ୍କୁରା ରୋପଣ ଓ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଶତାଧିକ ମହିଳା କଳସ ମୁଣ୍ଡାଇ ଘଣ୍ଟ ବାଦ୍ୟ ଓ ଶ୍ରୀ ସମ୍ପ୍ରଦା ଦଳ ସହିତ ଗ୍ରାମ ପରୀକ୍ରମା କରି ନବଗ୍ରହ ମନ୍ଦିର ପୂଜା ମଣ୍ଡପ ନିକଟରେ କଳସ ପ୍ରତିଷ୍ଠା କରିବା ପରେ ପୂଜକ ଗୋପାଲ ଦାଶଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗୋପୁଜା, ସ୍ୟାଲାପ୍ରବେଶ, ଅଗ୍ନି, କଳସପୂଜା, ବାସ୍ତୁପୂଜା, ହୋମ ଯଜ୍ଞ, ନବଗ୍ରହପୂଜା, ଶୋଡ଼ସସ୍ତମ୍ବ ପୂଜା, ମହାପ୍ରଭୁ ସ୍ନାନ, ଦେବତାଙ୍କର ନ୍ୟାସ, ସନ୍ଧ୍ୟାରେ ଦେଵା ଦେବି ଙ୍କ ମନ୍ଦିର ପ୍ରବେଶ, ହୋମ ଯଜ୍ଞ ର ପୂର୍ଣ୍ଣାହୁତୀ ଆଦି ପୂଜା ଵିଧି ସମ୍ପନ୍ନ କରା ଯାଇଥିଲା।

ଏହି ପୂଜା ରେ ରଜନୀ କାନ୍ତ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ସୀମାରାଣୀ ଦାଶ ମୂଖ୍ୟ କର୍ତ୍ତା ଭାବେ ସଙ୍କଳ୍ପ କରିଥିବା ବେଳେ ମନ୍ଦିରରେ ମୂର୍ତ୍ତି ସ୍ଥାପନ କରିଥିବା ବିଶ୍ଵକର୍ମା ଶିଳ୍ପୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଅନ୍ୟାନ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ମନ୍ଦିର ପ୍ରତିଷ୍ଠା ଚାଲିଥିବା ସମୟରେ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ଏହି ଅବସରରେ ଗୁରୁ ଶ୍ରୀ ବିଶ୍ଵାମିତ୍ର ପାଣ୍ଡେ,ବୁଲୁ ଶତପଥୀ ଓ ଶ୍ରୀୟା ମେହେରଙ୍କ କିର୍ତନଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ଉପସ୍ଥିତ ରହିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ତାଲପାଲି ଗ୍ରାମବାସୀଙ୍କ ସହଯୋଗ ପାଇଁ ସଫଳ ହୋଇଥିବାରୁ ରଜନୀ କାନ୍ତ ଦାଶ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!