Saturday, March 7, 2026
Homeରାଜ୍ୟତମିଆଁ ପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା : ବିଭାଗୀୟ ଅଧିକାରୀ ଚୁପ ।

ତମିଆଁ ପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା : ବିଭାଗୀୟ ଅଧିକାରୀ ଚୁପ ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ତମିଆଁ ପଞ୍ଚାୟତରେ ପାନୀୟ ଜଳର ଅଭାବ। ତମିଆଁ ଗ୍ରାମପଞ୍ଚାୟତ ପାଞ୍ଚଟି ୱାର୍ଡ ବିଶିଷ୍ଟ ପଞ୍ଚାୟତ ଦୀର୍ଘ ଦୁଇ ତିନି ବର୍ଷ ହେବ ସରକାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ ଏବଂ ତାହା ଠିକ୍ ମଧ୍ୟ ଚାଲିଥିଲା। କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସ ପହିଲା ରୁ ସୁକତେଲ ନଦୀରେ ପାଣି ସୁଖି ଯାଇଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ତମିଆଁ ଗ୍ରାମର ସରପଞ୍ଚ ଶ୍ରୀମତୀ ତେହେରା ବିବି ପାନୀୟ ଜଳ ଯୋଗାଣ ବିଭାଗରେ ମଧ୍ୟ ଦରଖାସ୍ତ କରିଥିଲେ। ସେଥିରେ କିଛି କାର୍ଯ୍ୟକାରୀ ନହେବା ସମ୍ଭାବନା ଦେଖି ସରପଞ୍ଚ ନିଜେ ନିଜର ପ୍ରୟାସରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ସଫଳ ମଧ୍ୟ ହୋଇଥିଲେ। ସରପଞ୍ଚ ନିଜେ ସୁକତେଲ ନଦୀରେ କୂଅ ଖୋଳି ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଇ ଦେଇଛନ୍ତି।

error: Content is protected !!