
ଡୁଙ୍ଗୁରିପାଲି – ସ୍ଥାନୀୟ ଡୁଙ୍ଗୁରିପାଲି ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଇତିହାସ ବିଭାଗ ଶ୍ରୀଯୁକ୍ତ ଶୁକଦେବ ଝାଙ୍କରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମୂହ ଜାତୀୟ ସଙ୍ଗୀତ ଗାନ ଓ ସମ୍ବିଧାନର ପ୍ରସ୍ତାବନା ପାଠ କରାଯାଇଥିଲା ।ଉକ୍ତ ଦିବସରେ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀ ଶୁଭଚନ୍ଦ୍ର ଭୁଏଙ୍କ ସଂଯୋଜନାରେ ମୁଖ୍ୟ ଅତଥି ତଥା ବକ୍ତା ଡ. ମଦନ ମେହେର, ରାଜନୀତି ବିଜ୍ଞାନ ବିଭାଗ, ଅତାବିରା ମହାବିଦ୍ୟାଳୟ ଯୋଗଦାନ କରି ସମ୍ବିଧାନର ମୂଲ୍ୟବୋଧ, କାର୍ଯ୍ୟକାରିତା ଓ ଆବଶ୍ୟକତା ସହିତ ସମ୍ବିଧାନର ସୁରକ୍ଷା ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ସଭାରେ ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସାହୁ ତଥା ଅଧ୍ୟାପିକା ଲିପସା ବେହେରା , ଅଧ୍ୟାପିକା ରୁବିରାଣି ସାହୁ ଏବଂ ଛାତ୍ରୀ ରୀମା ପଧାନ, ଏଲିନା ସାହୁ ନିଜସ୍ଵ ମତ ରଖିଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏଵଂ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଲିପସା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।



