Saturday, March 7, 2026
Homeରାଜ୍ୟଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ କାଲୀନ ସମ୍ବର୍ଦ୍ଧନା ସଭା ।

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ କାଲୀନ ସମ୍ବର୍ଦ୍ଧନା ସଭା ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ ଏବଂ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ଶୈଲେଶ ସତପଥିଙ୍କ ସଂପୋଜନାରେ ଇଂରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଦାଶଙ୍କ ଅବସରକାଲିନ ସମ୍ବର୍ଦ୍ଧନା ସଭା ଡୁଙ୍ଗୁରିପାଲି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱାଳ ଏବଂ ପୁରାତନ ଛାତ୍ର ସଂସଦର ସଭ୍ୟ ସଭ୍ୟା ମାନେ ମାନପତ୍ର ଓ ଉପଢୌକନ ଦେଇ ଦାଶ ସାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ଦାଶ ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ତାଙ୍କ ଚାକିରୀ ଜୀବନ ଆରମ୍ଭ କରି ଦୀର୍ଘ ୩୫ ବର୍ଷ ଏଠି ଅଧ୍ୟାପନା କରି ଏହି ମହାବିଦ୍ୟାଳୟରେ ଅବସର ଗ୍ରହଣ କଲେ ।

ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧ୍ୟାପକ ଶ୍ରୀଯୁକ୍ତ ଶୁକଦେବ ଝାଙ୍କର, ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀମତୀ ପଦ୍ମିନୀ ଗୁରୁ, ଓଡ଼ିଆ ବିଭାଗର ମୁଖ୍ୟ ଡଃ ଲକ୍ଷ୍ମଣ ଭୁଏ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ର ଅଧ୍ୟାପିକା, ସୁଶ୍ରୀ ସୁପ୍ରିୟା ଡୁଙ୍ଗ୍ ଡୁଙ୍ଗ,ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ଗୋପିକା ଦାଶ, ସଂସ୍କୃତ ବିଭାଗର ଅଧ୍ୟାପିକା ସଂଯୁକ୍ତା ବାରିକ, ଡିଇଓ ଅଞ୍ଜନ ସାହୁ ଓ ଅମିତ ପୂଜାରୀ, ସହ ପୁରାତନ ଛାତ୍ର ସଂସଦ ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରିଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପିକାସୁଶ୍ରୀ ଲିପ୍‌ସା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏବଂ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

error: Content is protected !!