Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ୭୬ ତମ ସମ୍ବିଧାନ ଦିବସରେ ସାମାଜିକ ନ୍ୟାୟର ସଫଳତା ! ଶୀର୍ଷକ...

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ୭୬ ତମ ସମ୍ବିଧାନ ଦିବସରେ ସାମାଜିକ ନ୍ୟାୟର ସଫଳତା ! ଶୀର୍ଷକ ବିମର୍ଶ ଅନୁଷ୍ଠିତ ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ପରିସରରେ ” ଭାରତୀୟ ସମ୍ବିଧାନର ୭୬ ବର୍ଷ ପୂର୍ତ୍ତି ଅବସରରେ” ଏବଂ “ବାବାସାହେବ୍ ଭୀମରାଓ ଆମ୍ବେଦକରଙ୍କର ୬୯ତମ ମହାପରିନିର୍ବାଣ ପୁଣ୍ୟ ତିଥିରେ” , ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ “୭୬ ତମ ସମ୍ବିଧାନ ଦିବସରେ ସାମାଜିକ ନ୍ୟାୟର ସଫଳତା ! ” ଶୀର୍ଷକ ବିମର୍ଶ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ବାଳ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ସଭାରେ ସମାଜବାଦୀ ଚିନ୍ତକ ଓ ପଶ୍ଚିମ ଓଡ଼ିଶା କୃଷକ ସମନ୍ମୟ ସମିତିର ଆବାହକ ଶ୍ରୀମାନ ଲିଙ୍ଗରାଜ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବିଧାନର ୭୬ ବର୍ଷ ପୂର୍ତ୍ତି ଅବସରରେ ସାମାଜିକ ନ୍ୟାୟର ସଫଳତା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ରେ ସମ୍ମାନିତ ଅତିଥି ଭାବରେ ଡ. ପ୍ରଫେସର ପତିତପାବନ ସାହୁ – ପ୍ରାକ୍ତନ ଅଧ୍ୟକ୍ଷ, ପଞ୍ଚାୟତ ମହାବିଦ୍ୟାଳୟ, ବରଗଡ ଯୋଗ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସମାନତା, ଭାତୃଭବ ନିହାତି ଜରୁରୀ ଅଟେ ବୋଲି ମତ ଦେଇଥିଲେ।

ଏହି ସଭାରେ ଗୀତିକାର ଶ୍ରୀମାନ ଅଜିତ କୁମାର ପାଣିଗ୍ରାହୀ ଯୋଗଦେଇ ବିପ୍ଳବୀ ଗୀତ ପରିବେଷଣ କରିଥିଲେ ।ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀମାନ ଯୋଗେନ୍ଦ୍ର ସାହୁ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମାନ୍ ସୁଭାଷ ଚନ୍ଦ୍ର ଭୁଏ ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା।ଉକ୍ତ ସଭାରେ ଡୁଙ୍ଗୁରିପାଲି ଅଞ୍ଚଳର ବିଶିଷ୍ଟ ବିଜ୍ଞ ବ୍ୟକ୍ତି ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!