Thursday, December 12, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଡିସେମ୍ବର ୮ ରୁ ବାଣିଜ୍ୟ ମେଳା ଓ ୧୮ ରୁ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ...

ଡିସେମ୍ବର ୮ ରୁ ବାଣିଜ୍ୟ ମେଳା ଓ ୧୮ ରୁ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ।

ଯୋଗଦେବେ ରାଜ୍ଯ ତଥା ରାଜ୍ଯ ବାହାର କଳାକାର ।

ପଦ୍ମପୁର – ପଦ୍ମପୁର ସ୍ଥାନୀୟ ଟାଉନ କ୍ଳବ ସଭା ଗୃହରେ ଚଳିତ ବର୍ଷ ହେବାକୁ ଥିବା ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଇଁ ଆୟୋଜକ ଟାଉନ କ୍ଳବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରା କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର କୁ ପହଞ୍ଚାଇବା ପାଇଁ ଗତ ଚାରି ବର୍ଷ ହୋଇଗଲା ଏହି ପ୍ରୟାସ କରାଯାଉଥିବା ବେଳେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଆୟୋଜନ ହେବାକୁ ଯାଉଛି ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା। ତେବେ ଏନେଇ ଡିସେମ୍ବର ୮ ତାରିଖ ଦିନ ସକାଳୁ ଗଣ ଦୌଡ଼ ସହ ମହୀତ୍ସବ ପର୍ବ ର ଆରମ୍ଭ ହେବ ଯେଉଁଥିରେ ଅଞ୍ଚଳର ବିଭିର୍ଣ୍ଣ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେବେ।

ଏହା ସହ ଡିସେମ୍ବର ୯ ତାରିଖରୁ ବାଣିଜ୍ୟ ମେଳା ସ୍ଥାନୀୟ ଅଶୋକ ପଡିଆ ଠାରେ ଆରମ୍ଭ ହେବାକୁ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ବାଣିଜ୍ୟ ମେଳା ରେ ରାଜ୍ୟ ସହ ରାଜ୍ୟ ବାହାରୁ ମଧ୍ୟ ବୋହୁ ବ୍ୟବସାୟୀ ଯୋଗଦେଉଥିବା ବେଳେ ବିଭିର୍ଣ୍ଣ ବିଭାଗ ମଧ୍ୟ ଜନ ସଚେତନତା ପାଇଁ ଷ୍ଟଲ ଲାଗିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ତେବେ ସେହି ପରି ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ କମିଟି ତରଫରୁ ଅଞ୍ଚଳର ମହିଳା ମାନଙ୍କ ପାଇଁ ଝୁଂଟି ଏବଂ ମୁରୁଜ ପ୍ରତିଯୋଗିତା ଆୟୋଜନ ସହ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସମୟରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ହେବାକୁ ଅଛି ଯାହାର ବିଶେଷ ଆକର୍ଷଣ ପଶ୍ଚିମବଙ୍ଗରୁ ଆସୁଥିବା ମହିଳା ଢାକି ଦଳ ରହିବେ ବୋଲି ଉଦ୍ୟୋକ୍ତ ମାନେ କହିବା ସହ ଆସନ୍ତା ନଭେମ୍ବର ୧୮ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲକିବାର ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇସାରିଛି।

ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରୀ, ଓଡିଶୀ, ଢେମ୍ସ, ବିହୁ, ପୁରୋଳିଆ ଛଉ ଭଳିଆ ବିଭିର୍ଣ୍ଣ ସାଂସ୍କୃତିକ ଦଳ ଆସିବାର ସ୍ଥିର ହୋଇଥିବା କମିଟି ସଦସ୍ୟ ମାନେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ପ୍ରତି ବର୍ଷ ଆସୁଥିବା ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଲୋକେ ଆସି କାର୍ଯ୍ୟକ୍ରମ କୁ ଉପଭୋଗ କରନ୍ତୁ ବୋଲି ଆୟୋଜକ ମାନେ ସମସ୍ତଙ୍କୁ ନିମନ୍ତ୍ରିତ କରିଛନ୍ତି।

ତେବେ ଏହି ସମ୍ମିଳନୀ ରେ ଟାଉନ କ୍ଲବ ସଭାପତି ପ୍ରିତେଶ ବୋହିଦାର, ଆବାହକ ଅଶୋକ ମିଶ୍ର,ସମ୍ପାଦକ କୁନାଲ ପାଣିଗ୍ରାହୀ, ନାଟ୍ୟକାର ଅଶୋକ ବୋହିଦାର,ଆଇନଜୀବି ହରି ସିଂ, ଆଇନଜୀବୀ ଆଦିତ୍ୟ ରଥ,ସରୋଜ ମିଶ୍ର,ରାଜେଶ ଗୁର୍ଲ୍ଲା,ନାରାୟଣ ପୁରୋହିତ, ରମେଶ ଗୁର୍ଲ୍ଲା ମଞ୍ଚାସିନ ଥିଲେ ଓ ନରେଶ ସୁନ୍ଦର ସାହୁ, ଅଖିଳ ପଟନାୟକ, ଦିନେଶ ବାରିକ, ସୁରେଶ ସାହୁ,ସୋମେଶ ମହାନ୍ତି,ଅମିତ ଗର୍ଗ,ସୁରଜ ସୁନା, ଅନିଲ ଗୁର୍ଲ୍ଲା, ରବୀନ ମେହେର l

error: Content is protected !!