ବରପାଲି-ବରପାଲି ୨୬ ନମ୍ବର ଜାତିୟ ରାଜପଥରେ ସଂଯୋଗ ହୋଇଥିବା ଡାକ୍ତରଖାନା ମୂଖ୍ୟ ରାସ୍ତାକଡ ଓ ସମ୍ମୁଖ ଦୋକାନଘର ଗୁଡିକ ପ୍ରଶାସନ ପକ୍ଷରୁ ଉଛେଦ ପକ୍ରିୟା ସୂଭାରମ୍ଭ ହୋଇଯାଇଛି। ଶନିବାର ପୂର୍ବାହ୍ନ ସମୟରେ ଗଙ୍ଗାଧର ସୃତିଭବନ ପରିସର ସମ୍ମୁଖ ସହ କଡରାସ୍ତାକୁ ଲାଗି ରହିଥିବା ଦୋକାନ ମାନ ପ୍ରଶାସନ ଦ୍ବାରା ହଟାଯାଇଥିଲା। ଏହି ଅବସରରେ ତହସିଲଦାର ରୁକ୍ମଣ ମେହେରଙ୍କ ସମେତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୂବନ ଶତପଥି ଓ ଥାନା ଅଧିକାରୀ ଜୟାରଶ୍ମୀ ସେଠୀଙ୍କ ଉପସ୍ଥିତିରେ ପକ୍ରିୟା ଜାରି ରଖାଯାଇଥିଲା। ଉଚ୍ଛେଦ ପର୍ବ ଜେସିଭି ମେସିନ ସାହାଯ୍ଯରେ ଘରଭଙ୍ଗା କାର୍ଯ୍ଯ ଚାଲିଥିବା ବେଳେ ଏକ ପ୍ଳାଟୁନ ପେ।ଲିସ ଫେ।ର୍ସ ମୁତୟନ କରାଯାଇଥିଲା।

ପୁର୍ବରୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସରକାରୀ ଜବରଦଖଲ ହଟାଇବା ନିମନ୍ତେ ବାରାମ୍ବାର ଘୋଷଣା ମାଧ୍ଯମକୁ ତ୍ୱରାନ୍ୱିତ କରାଯାଇଥିଲା। ପଶ୍ଚିମ ଓଡିଶାର ଗଣପର୍ବ ନବାନ୍ନ ଆଗାମି ୨୮ତାରିଖ ପଡୁଥିବାରୁ ଉଚ୍ଛେଦ କାର୍ଯ୍ଯକୁ କିଛିଦିନ ସ୍ଥଗିତ ରଖିବାକୁ ପ୍ରସାସନକୁ ଗୁହାରି ଜଣାଇଥିଲେ। ସେହିପରି ଦୋକାନୀ ମାନେ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ନିଜ ଦୁଖଃ ଦୁର୍ଦଶା ସହ ନୁଆଁଖାଇ ତିହାର ପର୍ଯ୍ଯନ୍ତ ଆମକୁ ସୁଯୋଗ ଦିଆଯାଉ ତାପରଦିନ ଆମେ ନିଜେ ନିଜ ଦୋକାନ ମାନ ହଟାଇ ଦେବୁ ବୋଲି କହିଥିବା ଜଣାଇଥିଲେ।

କିନ୍ତୁ ସବୁ ଫସର ଫାଟି ଗତ ଶୁକ୍ରବାର ତୁହାକୁତୁହା ଡାକବାଜୀ ଯନ୍ର୍ତର ଚେତାବନୀ ପ୍ରଚାରିତ ହେବାରୁ ବର୍ଷା ଜାରି ରହିଥିବା ସମୟରେ ଦୋକାନୀ ମାନେ ନିଜର ଦୋକାନୀ ସାମଗ୍ରି ମାନ ହଟାଇବା ସହ ଘରର ଆସବାପତ୍ର ସଂଗ୍ରହ କରିଥିବା ଦେଖାଯାଇଥିଲା। ଜବରଦଖଲ ଉଚ୍ଛେଦ ପକ୍ରିୟାରେ ପ୍ରସାସନ ପାତର ଅନ୍ତର କରୁଥିବା ଦର୍ଶାଇ କିଛି ଦୋକାନୀ ଅଭିଯୋଗ ଆଣିଥିଲେ। ପରେ ପ୍ରସାସନ ପକ୍ଷରୁ ପୁନର୍ବାର ରାଜସ୍ବ ବିଭାଗ ସହାୟତରେ ମାପଚୁପ୍ କାର୍ଯ୍ଯ କରିବା ଓ ଚିହ୍ନଟ କରିବାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଗକୁ ଆହୁରି ଜବରଦଖଲରେ ରହିଥିବା ସରକାରୀ ଜାଗା ଉଛେଦ କରାଯିବା ସହ ଉଦ୍ଧାର କରାଯିବା ନିମନ୍ତେ ପ୍ରସାସନ ନୋଟିସ କରିଥିବା ଜଣାପଡିଥିଲା।



