Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଡହ ଡହ ଖରାରେ ସିଜୁଛି କଣ୍ଟାବାଞ୍ଜି:ବିସୁଧ ପାନୀୟ ଜଳ ପାଇଁ ଡହଳବିକଳ ସହର ବାସୀ।

ଡହ ଡହ ଖରାରେ ସିଜୁଛି କଣ୍ଟାବାଞ୍ଜି:ବିସୁଧ ପାନୀୟ ଜଳ ପାଇଁ ଡହଳବିକଳ ସହର ବାସୀ।

ଜଳ ଯୋଗାଇବାରେ ଫେଲ ମାରିଛି ପିଏଚଡ଼ି !

କଣ୍ଟାବାଞ୍ଜି – ସମଗ୍ର ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଲୋକମାନେ ଘରୁ ବାହାରି ପାରୁନାହାଁନ୍ତି, ସକାଳ ୧୧ ଟା ବେଳକୁ ରାସ୍ତାଘାଟ ଶୁନଶାନ୍ ହୋଇପଡୁଛି। ଅସମ୍ଭାଳ ହେଉଛି ତାତି ଅସ୍ତବ୍ୟସ୍ତ ହେଉଛିଷ ଜୀବନ ଯାତ୍ରା। ଏହି ପରିପେକ୍ଷି ରେ ବିସୁଧ ପାନୀୟ ଜଳ ପାଇଁ ଡହଳବିକଳ ହୋଇପଡିଛନ୍ତି ସହର ବାସୀ। ଏହି ଭଳି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ରାଜ୍ଯ ସରକାର ସହର ରେ ବସବାସ କରୁଥିବା ପରିବାର କୁ ବିସୁଧ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରଛନ୍ତି, ବେଳେ ବିସୁଧ ପାନୀୟଜଳ ପାଇବାରୁ ବଞ୍ଚିତ ସହର ଅନେକ ପଡାବାସୀ। ଏନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ଦାଇତ୍ବ ଥିବା କର୍ମଚାରୀ ଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ। ସୂଚନା ଅନୁସାରେ କଣ୍ଟାବାଞ୍ଜି ସହର ସିଙ୍ଗାଳପଡା ରେ ମଧ୍ଯ କିଛି ଘର କୁ ପାଇବ ଯୋଗେ ପାଇଁ ଆସୁଥିବା ବେଳେ ଅନେକ ପରିବାର ବିସୁଧ ପାନୀୟଜଳ ପାଇଁ ରୁ ବଞ୍ଚିତ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଯାହାଫଳ ରେ ସେମାନେ ନଳକୂପ ଏବଂ କୂଳ ପାଣି ଉପରେ ଭରଷା କରି ସେହି ପାଣିକୁ ବ୍ୟବହାର କରୁଛନ୍ତି। ସେହିପରି ସହରର ଗାନ୍ଧୀ ନଗର ପଡାବାସୀ ମଧ୍ଯ ବିସୁଧ ପାନୀୟଜଳ ପାଇଁ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। କେତେ ବେଳେ କାହାଭା ପାଇବ ଯୋଗେ ଅଳ୍ପ କିଛି ପାଣି ଆସୁଥିବା ବେଳେ ଗତ ୨ ଦିନ ହେଲା ସେହି ପାଇବ ଲାଇନ ରେ ମଧ୍ଯ ଅଳିଆ ଆବର୍ଜନ ପାଣି ଆସୁଥିବା ପଡା ବାସୀଙ୍କ ଅଭିଯୋଗ। ଏନେଇ ଦାଇତ୍ବ ଥିବା କର୍ମଚାରୀ ଙ୍କୁ କହିଲେ ପାଣି ମଟର ରେ ତ୍ରୁଟି ଥିବା ସେମାନେ କହୁଛନ୍ତି।

ଯାହାପାଇଁ ପିବାକୁ ପାଣି କିଣି ଖର୍ଚ୍ଚାନ୍ତ ହେଉଛନ୍ତି ପଡାର ଅନେକ ପରିବାର। ଗତ ବର୍ଷ ବିସୁଧ ପାନୀୟ ଜଳ ପାଇଁ ଏହି ପଡାବାସୀ ରେ ସହର ମୁଖ୍ଯ ରାସ୍ତା କୁ ଅବରୋଧ କହିଥିଲେ ଯାହାଫଳ ରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରସିଥିଲା। କିନ୍ତୁ ପିଏଚଡ଼ି ବିଭାଗ କର୍ମଚାରୀ ଙ୍କ ଅବହେଲା ଯୋଗୁଁ ଆଜିବି ବିସୁଧ ପାନୀୟଜଳ ପାଇବାରୁ ବଞ୍ଚିତ ଗାନ୍ଧୀ ନଗର ପଡାବାସୀ। କେବଳ ଯେ ଏହି ୨ଟି ପଡା ରେ ପାଣି ସମସ୍ୟା ତାହା ନୁହେଁ, ଏମିତି ସହର ର ଅନେକ ପଡା କୁ ପାନୀୟଜଳ ଯୋଗାଇ ବାରେ କଣ୍ଟାବାଞ୍ଜି ପିଏଚଡ଼ି ଫେଲ ମାରୁଥିବା ଅଭିଯୋଗ ହେଉଛି। ସେହପରି ଗୋଟିଏ ପଟେ ସହର ବାସୀ ଙ୍କୁ ବିସୁଧ ପାନୀୟଜଳ ଯୋଗାଣ ପାଇଁ ରାଜ୍ଯ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଅନ୍ଯପଟେ ଦାଇତ୍ବ ଥିବା ଅଧିକାରୀଙ୍କ ଅବହେଲା ଯୋଗୁଁ ଜଳ ଯୋଗାଣ ଠପ ହୋଇ ଯୋଜନା ବାଟମାରଣା ହେଉଛି। କାଭା ପିଏଚ଼ଡି ର କିଛି ଟ୍ରାକ୍ଟର ପାଣି ନେଇ ସହର ବିଭିନ୍ନ ୱାର୍ଡ କୁ ଯାଉଥିବା ବେଳେ ସେହି ୱାର୍ଡ ରେ ମଧ୍ଯ ପୁରା ପରିବାର ପାଣି ପାଉନାହାନ୍ତି।

ଅନ୍ୟପକ୍ଷ ରେ ସହର ଧନି ଶ୍ରେଣୀ ପରିବାର ବସବାସ କରୁଥିବା ରେସିଡ଼େନ୍ସିଆଲ ସ୍ଥାନ ରେ କଣ୍ଟାବାଞ୍ଜି ପିଏଚଡ଼ି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟାଙ୍କି ନିର୍ମାଣ କରି ପିବାକୁ ବିସୁ ଜଳ ଯୋଗାଣ ଦିଆଯାଉଥିବା ବେଳେ ସହର ସାଧାରଣ ପରିବାର ଙ୍କୁ ପାଣି ଯୋଗାଇ ପାରୁନାହିଁ କଣ୍ଟାବାଞ୍ଜି ପିଏଚଡ଼ି ବିଭାଗ। ଏଠି ପ୍ରକାଶ ଥାଉକି ପିିଇବା ପାାଣି ବୁୁନ୍ଦାଏ ପାଇଁ କିଛିଦିନ ତଳେ କଣ୍ଟାବାଞ୍ଜି ନୂଆଁପଡ଼ା ର ସତାଧିକ ମହିଳା ଗୁଡିଘାଟ କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଥିଲେ ପରେ ବିଭାଗୀୟ ଯନ୍ତ୍ରୀ ଓ ପୋଲିସ ପ୍ରଶାସନ ଆସି ବୁଝାସୁଝା ଆନ୍ଦୋଳନ ଓହରି ଥିଲେ। ଏନେଇ କଣ୍ଟାବାଞ୍ଜି ପିଏଚ଼ଡି ବିଭାଗ ଯନ୍ତ୍ରୀ ପ୍ରଦୀପ ମାହାକୁଡ ଙ୍କୁ ଯୋଗାଯୋଗ କରିଥିଲୁ ହେଲେ ତାଙ୍କ ପ୍ରତ୍ରିକିୟା ମିଳିପାରିନାହିଁ। ଏହି ପାନୀୟ ଜଳ ସମସ୍ୟା ଉପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ସ୍ବତନ୍ତ୍ର ଦୃଷ୍ଟିଦେଇ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ସହରବାସୀ ନିବେଦନ କରିଛନ୍ତି।

error: Content is protected !!