Saturday, April 19, 2025
spot_imgspot_imgspot_img
Homeଅଘଟଣଡକାୟତି ଉଦ୍ୟମ ଭଣ୍ଡ କଲା ପଦ୍ମପୁର ପୋଲିସ : ମାରଣାସ୍ତ୍ର ସହ ଚାରି ଗିରଫ ।

ଡକାୟତି ଉଦ୍ୟମ ଭଣ୍ଡ କଲା ପଦ୍ମପୁର ପୋଲିସ : ମାରଣାସ୍ତ୍ର ସହ ଚାରି ଗିରଫ ।

ପଦ୍ମପୁର – ପଦ୍ମପୁର ଥାନା ଅର୍ନ୍ତଗତ ପଦ୍ମପୁର ସୋହେଲା ରାସ୍ତା ଚଣ୍ଡିପାଲି ଛକ ନିକଟବର୍ତ୍ତୀ ରାଇସମିଲ ନିକଟରେ ଗତ କାଲି ରାତିରେ ୪ ଜଣ ଯୁବକ ଡକାୟତି କରିବାପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ପେଟ୍ରୋଲିଙ୍ଗ ଟିମ୍ ଉକ୍ତ ୪ ଜଣ ଯୁବକଙ୍କୁ କାବୁ କରି ଗିରଫ କରିଛି। ସେମାନେ ହେଲେ ଗାଇସିଲେଟ ଥାନା ଖୁଣ୍ଟ ପାଲି ଗାଁ ର ଦେବାର୍ଚନ ଏଲିଆସ ଦିନ ବାରିକ, ପଦ୍ମପୁର ଥାନା ଖଇରପାଲି ଗାଁ ର ହରି ପୁଟେଲ ଓ ବହ୍ଲଭ ମଟାରୀ , ମେଲଛାମୁଣ୍ଡା ଥାନାଅନ୍ତର୍ଗତ ଜ୍ଞାନ ଗାଁ ର ମଟୁ ଏଲିଆସ ବିନୟ ଭୋଇ. । ଏମାନେ ଏକ ନିଛାଟିଆ ଅନ୍ଧାର ଯାଗାରେ ଥିବାବେଳେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ କୈାଣସି ନିର୍ଭରଶୀଳ ସୂତ୍ରରୁ ଖବର ପାଇ ସେଠାରେ ଚଢାଉ କରିଥିଲେ। ପୋଲିସ ତାଙ୍କ ନିକଟରୁ ଓଡି ୧୭ ଏବି ୪୯୦୮ କଲା ରଙ୍ଗର ପଲସର ବାଇକ୍ ଦେଶୀ ବନ୍ଧୁକ ସହ ଟର୍ଚ୍ଚ ଲାଇଟ, ଚାକୁ , ରହି , ମିର୍ଚା ଗୁଣ୍ଡ, ଲୁହାରଡ ଓ ମାରଣାସ୍ତ୍ର ଜବତ ହୋଇଛି।ପଦ୍ମପୁର ଥାନା କେଶ ନମ୍ବର ୧୭୩/୨୪ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

error: Content is protected !!