Saturday, March 7, 2026
Homeଅଘଟଣଟ୍ରକ ଧକ୍କାରେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ।

ଟ୍ରକ ଧକ୍କାରେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ।

ବିଜେପୁର-ବରଗଡ ଜିଲ୍ଲା ବିଜେପୁର ନିକଟସ୍ଥ ମନ୍ଦେରପାଲି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଜଣକ ଗାଇସିଲେଟ ଥାନା ଅନ୍ତର୍ଗତ ଜାମୁଟପାଳି ଗାଁର ୬୦ ବର୍ଷିୟ ଗୋକୁଳ ଡୁମାଳ ବୋଲି ଜଣାଯାଇଛି । ସେ ଗୋଟିଏ ମଟରସାଇକେଲ ଯାହାର ନମ୍ବର OD 15 E 6059 ରେ ବରଗଡରୁ ବିଜେପୁର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ OD 17 E 4774 ତାଙ୍କୁ ଧକ୍କା ଦେଇଥିଲା । ଟ୍ରକଟି ବାଇକର ପଛପଟରୁ ପିଟି ଦେବା ଫଳରେ ବାଇକ ଆରୋହୀ ଟ୍ରକ୍ ତଳକୁ ପଶି ଯାଇଥିଲେ। ଯଦ୍ୱାରା ଟ୍ରକ୍ ଟି ତାଙ୍କ ଉପରେ ଚଢ଼ି ଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇ ଥିବା ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ଠାରୁ ଜଣା ପଡିଛି । ଘଟଣା ବିଷୟରେ ଖବର ପାଇ ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ପୋଲିସ ଟ୍ରକକୁ ଜବତ କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।

error: Content is protected !!