Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଟେମ୍ରିମାଲରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ଟେମ୍ରିମାଲରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ପାଇକମାଳ-ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଟେମ୍ରିମାଲ ଗାଁରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ପୋଖରୀରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ ନାମାରମ୍ଭ ହୋଇଥିଲା। ନାମଯଜ୍ଞରେ କର୍ତ୍ତା ଭାବରେ ଦୈତାରୀ ବେହେରା ଓ ଲକ୍ଷ୍ମୀ ବେହେରା ଥିବା ବେଳେ ମୁଖ୍ୟ ପୂଜକ ଭାବରେ ସୁବାଷ ପାଢୀ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଆଖପାଖ ତଥା ବିଭିନ୍ନ ଜିଲ୍ଲାରୁ ବହୁ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ନାମଯଜ୍ଞରେ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।ଆସନ୍ତା ୨୧ ତାରିଖ ପୂର୍ଣ୍ଣାହୂତି ହୋଇ ବୈଠକି କାର୍ଯ୍ୟକ୍ରମ ହୋଇ ନାମଯଜ୍ଞ ସମ୍ପନ୍ନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

error: Content is protected !!