ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟେଙ୍ଗେନାପାଲି ଛକ ଠାରେ ବେଆଇନ ଭାବରେ ଦେଶୀ ମଦ କାରବାର କରୁଥିବା ମହାଦେବ ଡନସନାକୁ ଜିଲ୍ଲା ମୋବାଇଲ ୟୁନିଟ ଗିରଫ କରିଛି । ସୂଚନା ଅନୁସାରେ ଦୀର୍ଘ ଦିନରୁ ଏହି କାରବାରରେ ଲିପ୍ତ ଥିବା ବେଳେ ଆଜି ଜିଲ୍ଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଛି । ତେବେ ଘଟଣା ସ୍ଥଳରୁ ୨୫ ଲିଟର ରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତକୁ ମଧ୍ଯ କାବୁ କରିଛି ମୋବାଇଲ୍ ଟିମ୍ ।
