ଅତାବିରା(ସୁରେନ୍ଦ୍ର କଠାର)-ସମ୍ବଲପୁର ମୁଖ୍ୟଡାକଘର ଅଧିନସ୍ଥ ଟାମ୍ପରସରା ଡାକଘର ଅଧିନରେ ବହୁମୁଖୀ ଡାକସେବା ଯୋଜନା ସମ୍ବନ୍ଧୀୟ କର୍ମଶାଳା ତଳି ଟାମ୍ପରସରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ସରପଞ୍ଚ ରାଜକିଶୋର ଛନ୍ଦଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଆଶିଷ ବାଗ, ରୂପେଶ ବାଗ,ସରୋଜ ବସ୍ତିଆ ଓ ଅଜୟ ପ୍ରଧାନ ଯୋଗଦେଇ ଭାରତୀୟ ଡାକସେବାର ବିଭିନ୍ନ ସେବା ଓ ଜମା ଯୋଜନା ଉପରେ ଆଲୋଚନା କରିଥିଲେ । ସଂପ୍ରତି ଭାରତୀୟ ଡାକସେବା ବ୍ୟାଙ୍କିକ ସୁବିଧା ଦେବାରେ କିଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିପାରିଛି ସେ ବିଷୟରେ ଅଧିକାରୀ ମାନେ ନିଜର ମତ ପ୍ରକାଶ କରିଥିଲେ।

ଟାମ୍ପରସରା ଡାକଘର ଏକ ସର୍ବପୁରାତନ ଡାକଘର ଓ ଏହା ଇଂରେଜ ଅମଳରେ କଲିକତା ମୁଖ୍ୟ କାର୍ଯ୍ୟାଳୟରୁ ରାଣୀ ଭିକ୍ଟୋରିୟାଙ୍କ ଦ୍ବାରା ପରିଚାଳିତ ହେଉଥିଲା। ପଚିଶ ବର୍ଷ ଆଗରୁ ଏହି ଡାକଘରର ଜମା ଓ ଉଠାଣ ଉପରେ ତତ୍କାଳୀନ ଡାକ କର୍ମଚାରୀ ଅନିୟମିତା କରି ଟଙ୍କା ହଡପ କରି ଫେରାର ହୋଇ ଯାଇଛନ୍ତି । ଏଥି ପ୍ରତି ଲୋକଙ୍କ ଭୟ ଥିବାରୁ ତାକୁ ଦୂର କରିବା ସହ ସଂପ୍ରତି ବୈଷୟିକ ଯୁଗରେ ଏପରି ଘଟଣା ଆଉ ସମ୍ଭବ ନୁହେ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ ।

ଏହାର ଦିନକ ପୂର୍ବରୁ ଟାମ୍ପରସରା ଗ୍ରାମରେ ଏକ ଶୋଭାଯାତ୍ରା ମଧ୍ୟ ହୋଇଥିଲା। ଟାମ୍ପରସରା ଡାକ ଶାଖା ଅଧିକାରୀ ମଧୁସ୍ମିତା ପୁହାଣ ସହ ନରେନ୍ଦ୍ର ପଣ୍ଡାଙ୍କ ତତ୍ତ୍ବାବଧାନରେ କୁଲୁତା ଟୁକୁରାର ପ୍ରତୀକ୍ଷା ପତି, ଡାଲବର ରୁଷୁବ ପତି, ଦେଶଭଟଲିର ସାର୍ଥକ ମାଝି, କାଦୋବାହାଲର ରତ୍ନାକର ସାହୁ କୁମେଲସିଂହାର ଜସଟି.ସ୍ବାତି, ଦୁଲମପୁରର ରାଧାଚରଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବୟଂସହାୟକ ଗୋଷ୍ଠି ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ନରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



