ପାଇକମାଲ – ପାଇକମାଲ ବ୍ଲକ ମାଣ୍ଡୋଷିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଲାଗିଥିବା ଗୋଟିଏ ଟ୍ରାନ୍ସଫର୍ମର କୁ ଟାଟା ପାୱାର କର୍ମଚାରୀ ମାନେ ଲାଇନ କାଟି ବିଦ୍ୟୁତ୍ ଖୁଣ୍ଟକୁ ଚଢି ଟ୍ରାନ୍ସଫର୍ମର ଖୋଲୁଥିବା ବେଳେ ଗ୍ରାମବାସୀ ମାନେ ଜାଣିପାରି ତାଙ୍କୁ ବାରଣ କରିଥିଲେ । ପ୍ରକାଶ ଥାଉ କି ଗୁରୁବାର ଦିନ ଉକ୍ତ ଟ୍ରାନ୍ସଫର୍ମର କୁ ନେବା ପାଇଁ ଡୁମେରବାହାଲ ଗ୍ରାମରୁ ଜଣେ ବ୍ୟକ୍ତି ନିଜ ଟ୍ରାକ୍ଟର ଆଣି ବିଦ୍ୟୁତ୍ ସବ ଷ୍ଟେସନ ନିକଟରେ ରଖିଥିଲା । ଗ୍ରାମବାସୀ ମାନେ ତାଙ୍କୁ କାହିଁକି ଟ୍ରାକ୍ଟର ଏଠାରେ ରଖିଛ ବୋଲି ପଚାରିବାରୁ ଏହି ଟ୍ରାନ୍ସଫର୍ମର ଟିକୁ ମୁଁ ଟ୍ରାକ୍ଟରରେ ନେଇ ମୋ ଏଲଆଇ ପଏଣ୍ଟ ରେ ଲଗେଇବି ବୋଲି କହିଥିଲା ।
ଗ୍ରାମବାସୀ ମାନେ ଆମ ଗ୍ରାମର ଟ୍ରାନ୍ସଫର୍ମର ତୁ କାହିଁକି ନେବୁ ବୋଲି କହିବାରୁ ମୁଁ ବିଦ୍ୟୁତ୍ କର୍ମଚାରୀ ମାନଙ୍କ ଠାରୁ ପଇସା ଦେଇ କିଣିକି ନେବା ପାଇଁ କଥାବାର୍ତ୍ତା ଛିଣ୍ଡି ଯାଇଛି ବୋଲି କହିଥିଲା । ଏହି ଦିନ ବହୁତ୍ ବର୍ଷା ହେବାରୁ କର୍ମଚାରୀ ମାନେ ଟ୍ରାନ୍ସଫର୍ମର ଖୋଲି ପାରି ନଥିଲେ । ଶୁକ୍ରବାର ଦିନ ସକାଳ ୯ ଟା ସମୟରେ ସବ୍ ଷ୍ଟେସନ ଉପରକୁ ଚଢି ତିନି ଗୋଟି ଫେଜ୍ କୁ କେବୁଲରେ ସଂଯୋଗ କରି ଟ୍ରାନ୍ସଫର୍ମର ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିଥିଲେ ଏବଂ ଲାଇନ କୁ ପୁଣି କାଟି ଦେଇ ଟ୍ରାନ୍ସଫର୍ମରକୁ ଉପରୁ ତଳକୁ ଆଣିବା ପାଇ ଖୋଲା ଖୋଲି ଆରମ୍ଭ କରିଥିଲେ ।
ଏହା ଦେଖି ଗ୍ରାମବାସୀ କର୍ମଚାରୀ ମାନଙ୍କ ସହ ଝଗଡା କରି ଟ୍ରାନ୍ସଫର୍ମର ଦେବାକୁ ବାରଣ କରିଥିଲେ । କିଛି ସମୟ ପରେ ପାଇକମାଳ ବିଦ୍ୟୁତ୍ ବିଭାଗ ଜେଇ ପ୍ରକାଶ ସିଂ ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ଗ୍ରାମବାସୀ ତୁମେ କାହିଁକି ଆମ ଗ୍ରାମର ଟ୍ରାନ୍ସଫର୍ମରକୁ ବିକୁଛ ଦୁଇ ଦିନ ହେଲା ଏହି ଟ୍ରାକ୍ଟର ଟି ଟ୍ରାନ୍ସଫର୍ମର ନେବା ପାଇଁ ଆସିଛି ତୁମକୁ ଆମେ ଟ୍ରାନ୍ସଫର୍ମର ବିକିବାକୁ ଦେବୁ ନାହିଁ ବୋଲି ଗ୍ରାମବାସୀ ଜିତ ଧରି ବସିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମବାସୀ ସାମ୍ବାଦିକ ମାନଙ୍କୁ ଘଟଣା ବିଷୟରେ ଅବଗତ କରାଇ ଘଟଣାର କିଛି ଭିଡିଓ ଫୁଟେଜ ପଠାଇଥିଲେ ।
ଏଠାରେ ଦୁଇ ଗୋଟି ଟ୍ରାନ୍ସଫର୍ମର ଲାଗିଛି, ଦୀର୍ଘ ଦିନ ହେଲା ଗୋଟିଏ ଟ୍ରାନ୍ସଫରମର ର କେବୁଲ ପୋଡି ଯିବାରୁ ଉକ୍ତ ବିକ୍ରି କରାଯାଉଥିବା ଟ୍ରାନ୍ସଫରମର ପଡିରହିଥିଲା ଓ ଅନ୍ୟ ଗୋଟିଏ ଟ୍ରାନଫରମର ରୁ ଗାଁ ର ସମସ୍ତ ବିଦ୍ୟୁତ ଉପଭୋକ୍ତା ଙ୍କୁ ଘରୋଇ ଲାଇନ ସଂଯୋଗ କରି ଦିଆଯାଇଥିଲା, ଲୋକେ ଜାଣି ପାରିବେ ନାହିଁ ବୋଲି ବିଦ୍ୟୁତ କର୍ମଚାରୀ ଓ ଜେଇ ମିଶି ଏହି ପଡି ରହିଥିବା ଟ୍ରାନ୍ସଫରମର କୁ ପ୍ରଥମେ ଟେଷ୍ଟିଙ୍ଗ କରି ଭେଙ୍ଗରାଜପୁର ଗ୍ରାମରେ ଲାଗିବ ବୋଲି କହି ଡୁମେରବାହାଲ ଗ୍ରାମର ଜଣେ ଲୋକଙ୍କ ପାଖରେ ବିକ୍ରି କରାଯାଉଥିବା ସରକାରୀ ଜିନିଷ କେତେ ଯୁକ୍ତି ଯୁକ୍ତ ଏହା ଉପରିସ୍ଥ କର୍ମଚାରୀ ଦୃଷ୍ଟି ଦେଇ ଏହାର ଶୀଘ୍ର ତଦନ୍ତ କରାଯାଉ ବୋଲି ଇଛାପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି |
ଗ୍ରାମରେ ସାଧାରଣ ଜନତା ଯଦି ବିଦ୍ୟୁତ୍ ଚୋରି କରି ଘରେ ବ୍ୟବହାର କରୁଛନ୍ତି ତାହେଲେ ଟାଟା ପାୱାର ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା କରୁଛି କିନ୍ତୁ ବିଦ୍ୟୁତ୍ ବିଭାଗ ଜେଇ ପ୍ରକାଶ ସିଂ ନିଜେ ଚଞ୍ଚକତା କରି ବିଭିନ୍ନ ଆଳ ଦେଖାଇ ଚକ୍ରାନ୍ତ କରି ଟ୍ରାନ୍ସଫର୍ମର ବିକ୍ରି କରୁଥିବା ଜେଇ ଉପରେ ଟାଟା ପାୱାର କେତେ ଲକ୍ଷ ଟଙ୍କା ଜରିମାନା କରୁଛି ଏହା ଦେଖିବାକୁ ବାକି ରହିଲା । ଏହି ଘଟଣାଟିକୁ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରି ଦୋଷୀକୁ ଦଣ୍ଡ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।