
ପଦ୍ମପୁର-ଟାଉନ ଉଚ୍ଚ ବିଦ୍ୟାଳୟ,ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ହୀରାଲାଲ ନାଗ ଓ ସମ୍ମାନିତ ଅତିଥିଭାବେ ଅଚ୍ୟୁତାନନ୍ଦ ସେଠ,ରିଙ୍କି କର୍ମୀ, ସମୀର ମେହେର,ରାଜେନ୍ଦ୍ର କୁମାର ପଣ୍ଡା, ରଘୁମଣୀ ପୁରୋହିତ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ସଫଳତା ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରିଥିଲେ। ବାଳକ ବର୍ଗରେ ନୈତିକ ପୁଟେଲ ଓ ବାଳିକା ବର୍ଗରେ ପ୍ରାଚୀ ଗୁଆଲ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ। କ୍ରୀଡା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଚନ୍ଦ୍ରମଣି ସାହୁ ଓ ହରେକୃଷ୍ଣ ମେହେର ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।



