Saturday, March 7, 2026
Homeଅଘଟଣଝିଅଙ୍କ ସନ୍ଧେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଝିଅଙ୍କ ସନ୍ଧେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମର ଜଣେ ମହିଳା ଅନୁ ସାହୁ ଙ୍କ ବୟସ ୨୫ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି ବୋଲି ଅନୁଙ୍କ ବାପଘର ଲୋକେ ଝିଅକୁ ବିବାହ ପରେ ଅନୁ ଙ୍କ ସ୍ୱାମୀ ନିର୍ଯାତନ ଦିଆଯାଉଥିବା ଅଭିଯୋଗ କରିଛନ୍ତି lଏହା ଏକ ହତ୍ୟା ଘଟଣା ବୋଲି ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଅନୁଙ୍କ ସ୍ବାମୀ କିଶୋର ସାହୁ ଓ ଶ୍ଵଶୁର କୁଳ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ଗାଇସିଲେଟ ପୋଲିସ ।

ଏହି ଘଟଣା ମଙ୍ଗଳବାର ମଧ୍ୟାହ୍ନ ସମୟରେ ମୃତ ଅନୁଙ୍କୁ ଗାଇସିଲେଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କନ୍ଧୁମୁଣ୍ଡା ଅନୁ ଙ୍କ ବାପା ଘର ପରିବାର ଲୋକେ ବଡ଼ସାହାଜବାହାଲ ଅନୁ ଙ୍କ ସ୍ଵାମୀ ସହ ସମସ୍ତ ପରିବାର ଲୋକେ ହତ୍ୟା କରିଥିବା ର ଗାଇସିଲେଟ ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ଆରମ୍ଭ ସହ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ସ୍ଵାମୀ କିଶୋର ସାହୁ ଓ ଶ୍ୱଶୁର କୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ମୃତକର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଗାଇସିଲେଟ ପୋଲିସ ସୁଚନା ଦେଇଛି ।

error: Content is protected !!