ଝାରସୁଗୁଡ଼ା – ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ପତ୍ର ଦାଖଲ କରିଲେ କୋଶଳ ପ୍ରେମୀ ଜ୍ଞାନେନ୍ଦ୍ର ବେହେରା । ବିଗତ ଦିନରେ ହୋଇଥିବା ଉପନିର୍ବାଚନରେ ସେ କୋଶଳ ସମର୍ଥିତ ଭାବେ ଛିଡ଼ା ହୋଇ ସ୍ଵାଧୀନ ପ୍ରାର୍ଥୀ ଭାବେ ବେଶ୍ ପରିଚିତ ହୋଇଥିଲେ ଶ୍ରୀ ବେହେରା । ନିର୍ବାଚନ ପରଠୁ ଜଣେ ସଚେତନ ଦାୟିତ୍ଵ ପୂର୍ଣ୍ଣ ନାଗରିକ ଭାବେ ଝାରସୁଗୁଡ଼ା ଜିଲ୍ଲାର ଅନେକ ଜନାଭିମୁଖି ପ୍ରସଙ୍ଗ ଯେମିତି ରାସ୍ତା କଡର ଆଲୋକି କରଣ ପାଇଁ ଆଲୋକ ର ବ୍ୟବସ୍ଥା (ଷ୍ଟ୍ରିଟ ଲାଇଟ)ଲଗାଇବା, କିସାନ ଛକ ନିକଟରେ ସର୍ବସାଧାରଣ ଜାଗାରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା, କମ୍ପାନୀ କମ୍ପାନୀର ବର୍ଜ୍ୟ ବସ୍ତୁ ଯୋଗୁଁ ହେଉଥିବା ପ୍ରଦୂଷଣ, ମୁଖ୍ୟ ରାସ୍ତାରେ ଅନୈତିକ ଭାବେ ଛିଡ଼ା ହୋଇଥିବା କମ୍ପାନୀ ମାନଙ୍କ ଟ୍ରକ୍ ଯୋଗୁଁ ଦୁର୍ଘଟଣା, ସ୍ଥାନୀୟ ନିଯୁକ୍ତି, ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟା, ସରକାରୀ କଲେଜ ଟିଏ ନ ଥିବା ଯୋଗୁଁ ଗୁଣାତ୍ମକ ଶିକ୍ଷା ନ ମିଳିପାରିବା , ଲୋକମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧାରୁ ବଞ୍ଚିତ ରହିବା, ପଛୁଆବର୍ଗ ଓ ଆଦିବାସୀ ସମାଜକୁ ତାଙ୍କ ହକ ଓ ଅଧିକାର ଲଢେଇରେ ସାମିଲ ହେବା ତଥା ପଶ୍ଚିମ ଓଡ଼ିଶାର ଲୋକମାନେ ସାମାନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାରୁ ଅଲଗା ରାଜ୍ୟ ପାଇଁ କୋଶଳ ରଥ ମାଧ୍ୟମରେ ଜନସାଧାରଣ ଙ୍କୁ ଚେତେଇ ନିଜ ଅଧିକାର ପାଇଁ ଏକଯୁଟ କରେଇବା ସହ ଶାସନ ପ୍ରଶାସନକୁ ଉପରୋକ୍ତ ସମସ୍ୟା ଉପରେ ଆଲୋକପାତ କରିବା। “ଆମ ଝାରସୁଗୁଡା – ସମୃଦ୍ଧ ଝାରସୁଗୁଡା : ପ୍ରଦୂଷଣ ମୁକ୍ତ ପରିବେଶ, ଉନ୍ନତ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନିରାପଦ ରାସ୍ତା, କୃଷକଙ୍କୁ ସହାୟତା, ବିକଶିତ ଓ ଉନ୍ନତ ଗ୍ରାମୀଣ ଭିତ୍ତିଭୂମି, ସ୍ଥାନୀୟ ନିଯୁକ୍ତି, ଦାୟିତ୍ଵପୂର୍ଣ୍ଣ ଶିଳ୍ପାନୁଷ୍ଠାନ ସହ ଶିଳ୍ପ ଅବଶେଷ ପରିଚାଳନା,ଜଳ–ଜଙ୍ଗଲ -ଜମି ର ସୁରକ୍ଷା । ଆପଣଙ୍କ ଭବିଷ୍ୟତ, ଆମର ପ୍ରତିବଦ୍ଧତା !” ନାରା ଦେଇ ପ୍ରାର୍ଥୀ ପତ୍ର ଦାଖଲ କଲେ ଶ୍ରୀ ଜ୍ଞାନେନ୍ଦ୍ର ବେହେରା ।