Saturday, March 7, 2026
Homeରାଜ୍ୟଝାରବନ୍ଧ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ।

ଝାରବନ୍ଧ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ।

ଝାରବନ୍ଧ(ସତ୍ୟ ଭୂଷଣ ସାହୁ)-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଝାରବନ୍ଧ ବ୍ଲକ ପ୍ରାଣୀ ଚିକିତ୍ସକ ସମୀର ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରତିନିଧି ହରିହର ସାହୁ, ମୁଖ୍ୟବକ୍ତା ଭାବରେ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ ଓ ସମ୍ମାନିତ ଅତିଥି ଭାବରେ ଝାରବନ୍ଧ ବି.ଡି.ଓ.ପର୍ଶୁରାମ ପଣ୍ଡା,ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ବେହେରା, ପାଇକମାଲ ବ୍ଳକ ମତ୍ସ୍ୟ ଅଧିକାରୀ ରୋସନ ସେଠ, ଆଲୋକ ରଞ୍ଜନ ମେହେର ଯୋଗ ଦେଇଥିଲେ ।

ବି.ପି.ଏମ ସତ୍ୟ କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ସୌଦାମିନୀ ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କୁନି କୁନି ନୃତ୍ୟଶିଳ୍ପୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏହି ମେଳାରେ ପ୍ରଦର୍ଶନୀ ଷ୍ଟଳଗୁଡିକ ଖୋଲାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷକ, ମତ୍ସ୍ୟଚାଷୀ, ଗୋପାଳକ ତଥା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ଅବସରରେ ୮ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଡ଼ିଓ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।

error: Content is protected !!