Sunday, April 20, 2025
spot_imgspot_imgspot_img
Homeରାଜ୍ୟଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡିରେ ବ୍ୟବସ୍ଥା ପ୍ରହସନ ।

ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡିରେ ବ୍ୟବସ୍ଥା ପ୍ରହସନ ।

ବ୍ୟପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି ଧାନକିଣା ।

ଝାରବନ୍ଧ – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ବିଭିନ୍ନ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ ଭାବେ ବ୍ୟପାରୀ, ମିଲ ଏଜେଣ୍ଟ ଙ୍କ ମର୍ଜି ରେ ଚାଲିଛି l ପ୍ରସାଶନ ର ଅପାରଗପଣିଆ ଯୋଗୁଁ ମଣ୍ଡି ବ୍ୟବସ୍ଥା ପ୍ରହସନରେ ପରିଣତ ହେଇଥିବା ଅଭିଯୋଗ ହୋଇଛି l ଧାନ କିଣା ନଭେମ୍ବର ୨୦ ତାରିଖରୁ ଖୋଲା ଯାଇ ଧାନ କିଣା ଆରମ୍ଭ ହୋଇଛି l ମାତ୍ର ପରିସ୍ଥିତି ଦେଖିଲେ ଧାନ କିଣା ପ୍ରକ୍ରିୟା ପ୍ରସାଶନ ଦ୍ୱାରା ନୁହେଁ ବରଂ ବ୍ୟପାରୀ ଏବଂ ମିଲ ଏଜେଣ୍ଟ ଙ୍କ ମର୍ଜି ରେ ଚାଲିଥିବା ଜଣାପଡୁଛି।

ଧାନ କ୍ରୟ ନୀତି ଅନୁସାରେ ଚାଷୀ ମଣ୍ଡି କୁ ଧାନ ଆଣି ଗାଡି ରୁ ଓଲ୍ହାଇବା ପରେ ଆର. ଏମ.ସି ଏହାର ମାନ ଯାଞ୍ଚ କରିବ ଧାନ ଯଦି ଏଫ. ଏ.କ୍ଯୁ ମାନ ର ବାହାରିବ କ୍ରୟ ଦାୟିତ୍ୱ ରେ ଥିବା ସଂସ୍ଥା ଧାନ କିଣିବ ନ ହେଲେ ଧାନ କୁ ଚାଷୀ ଫେରାଇନେବ।ମାତ୍ର ଡ଼ଭା ସେବା ସମବାୟ ଅଧୀନ ରେ ଥିବା ଛୋଟ ଅନକି ପଞ୍ଚାୟତ ର ଛୋଟଅନକି ମଣ୍ଡି ରେ ଏହି ନିୟମ ଲାଗୁ ହେଉ ନାହିଁ। ଏଠାରେ ବ୍ୟପାରୀ ଏବଂ ମିଲ ଏଜେଣ୍ଟ ର ନିୟମ ଅନୁଯାୟୀ ଧାନ କିଣା ହେଉଅଛି l

ମଣ୍ଡି କୁ ଧାନ ଆସିଲେ ଏହାର ମାନ ଯାଞ୍ଚ ହେଉନାହିଁ ବ୍ୟପାରୀ ଏବଂ ମିଲ ର ଏଜେଣ୍ଟ ସାଜିଥିବା ଚାଷୀ ସହିତ ମୁଲଚାଲ କରି ଧାନ କୁ ସିଧା ସଳଖ ମିଲ କୁ ପଠାଇ ଦେଉଛନ୍ତି l ଏଠାରେ ସେମାନଙ୍କ ମୋହରା ସାଜିଛନ୍ତି କ୍ରୟ ସଂସ୍ଥା।ଏହି ବେଆଇନ କାମ କୁ ବିରୋଧ କରିବା ପରିଵର୍ତ୍ତେ ଏହାକୁ ଖୋଲାଖୋଲି ସମର୍ଥନ କରି ବ୍ୟପାରୀ ଚୟନ କରିଥିବା ଧାନ କୁ ନିଜ ଖାତା ରେ ଏଣ୍ଟ୍ରି କରି ଧାନ କୁ କିଣି ମିଲ କୁ ପଠାଇ ଦେଉଛନ୍ତି।

ଏଠାରେ ସବୁଠାରୁ କୌତୁହଲ ର ବିଷୟ ହେଲା ଯେଉଁ ଧାନ କୁ ଚାଷୀ ଆଣିଲେ ଏଫ ଏ କ୍ଯୁ ମାନ ର ହେଉନାହିଁ ସେହି ଧାନ କୁ ବ୍ୟପାରୀ, ମିଲ ଏଜେଣ୍ଟ କିଣିଲେ ସେହି ମଣ୍ଡି ରେ ହିଁ ସଙ୍ଗେ ସଙ୍ଗେ ଏଫ ଏ କ୍ଯୁ ମାନ ର ହୋଇଯାଉଛି। ସେହି ଧାନ କୁ କ୍ରୟ ସଂସ୍ଥା କିଣି ନେଉଛି। ଏହା ବ୍ୟତୀତ ମଣ୍ଡି କୁ ଧାନ ଆଣିବା ପାଇଁ ଶେଷ ସମୟ ଦିନ ୧୨ଟା ପର୍ଯ୍ୟନ୍ତ ରଖଯାଇଥିବା ବେଳେ ଗାଡି ଗୁଡିକୁ ମନଇଚ୍ଛା ଭାବେ ମଣ୍ଡି ରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଏତେ ସବୁ ଅନିୟମିତତା ଭିତରେ ଧାନ କିଣା ଚାଲୁଥିବା ବେଳେ ପ୍ରସାଶନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ପ୍ରସାଶନ ର ଏହି ଅପାରଗପଣିଆ ଯୋଗୁଁ ଚାଷୀ ଶୋଷଣ ର ଶିକାର ହେଉଛନ୍ତି।ମଣ୍ଡି ରେ ହିଁ ବ୍ୟପାରୀ ଏବଂ ମିଲ ଏଜେଣ୍ଟ ଚାଷୀ ସହିତ ମୁଲଚାଲ କରି କୁଇଣ୍ଟାଲ ପ୍ରତି ୫କେଜି ରୁ ଅଧିକ କଟନୀ ଛଟନୀ କରୁଛନ୍ତି। ମଣ୍ଡି ରେ ମିଲ ର ଏଜେଣ୍ଟ ର କିଛି କାମ ନାହିଁ ଧାନ ର ମାନ ଆର ଏମ ସି ଯାଞ୍ଚ କରିବ ଏବଂ ଧାନକୁ କ୍ରୟ ସଂସ୍ଥା କିଣିବ ତଥାପି ମିଲ ର ଏଜେଣ୍ଟ ବେପାରୀ କୁ ମଣ୍ଡି ରେ ପ୍ରବେଶ ପାଇଁ କାହିଁକି ଅନୁମତି ଦିଆଯାଉଛି ତାକୁ ନେଇ ଚାଷୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଉଛି।

ତେବେ ଧାନ କିଣା କୁ ସୁବ୍ୟବସ୍ଥିତ କରି ଚାଷୀ ଙ୍କୁ ଶୋଷଣ ରୁ ରକ୍ଷା କରିବା ପାଇଁ ଦାବି ହେଉଛି। ଏଇ ନିକଟ ରେ ଛୋଟଅନକି ମଣ୍ଡି ରେ ଚାଷୀ ଏବଂ ମିଲ ଏଜେଣ୍ଟ ଙ୍କ ମଧ୍ୟ୍ୟ ରେ କଟନୀ ଛଟନୀ କୁ ନେଇ ତୁ ତୁ ମେ ମେ ହୋଇ ଥିଲା ଏହି ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବେ କି?

error: Content is protected !!