Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଝାରବନ୍ଧ କୁଲତା ସମାଜ ତରଫରୁ ବାସନ୍ତିକ ଚୈତ୍ର ପର୍ବ ଓ କୁଲତା ଦିବସ ପାଳିତ ।

ଝାରବନ୍ଧ କୁଲତା ସମାଜ ତରଫରୁ ବାସନ୍ତିକ ଚୈତ୍ର ପର୍ବ ଓ କୁଲତା ଦିବସ ପାଳିତ ।

ଝାରବନ୍ଧ(ବଂଶୀଧର ନାୟକ) – କୁଲତା ସମାଜ ତରଫରୁ ଝାରଵନ୍ଧ ହାଟପଦା ଠାରେ ବ୍ଳକ ସ୍ତରୀୟ ବାସନ୍ତିକ ଚୈତ୍ର ପର୍ବ ପାଳନ ହୋଇଯାଇଛି। ମଙ୍ଗଳବାର ଦିନ ସକାଳ ୯ ଟା ସମୟରେ କଳସ ସ୍ଥାପନ କରି‌ ଶ୍ରୀ ଶ୍ରୀ ରଣେଶ୍ଵର ରାମ ଚଣ୍ଡୀ ଦେବୀଙ୍କ ପୂଜା କାର୍ଯ୍ୟକୁ ପୂଜକ ଅଶୋକ କୁମାର ପ୍ରଧାନ ଓ ଗଣେଶ ଭୋଇ ପୂଜା କାର୍ଯ୍ୟ ତୁଲାଇଥିଲେ। ଚ୍ରୈତ୍ର ବାସନ୍ତିକ ପର୍ବ ରେ ଝାରବନ୍ଧ ବ୍ଲକର ଗୌଡମାଲ,କୋତନା, ଚଣ୍ଡୀଭଟା, ଭଣ୍ଡାର ପୁରୀ,ଛୋଟ ଅନକି କୁଲତା ସମାଜ ର ଶାଖା କେନ୍ଦ୍ର ରୁ ଶହ ଶହ ସଂଖ୍ୟା ରେ ମାଁ ଭଉଣି ଜାତିଭାଇ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ।ସକାଳ ୧୧‌‌ ଟା ସୟରେ ଝାରବନ୍ଧ ବ୍ଲକ ସ୍ତରୀୟ ସଭାପତି ଶ୍ରୀଯୁକ୍ତ ବାସୁଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାକୁ ପରିଚାଳନା କରିଥିଲେ ସଂପାଦକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ବେହେରା। ମୁଖ୍ୟ ଅତିଥି ଭାବରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପସା ପ୍ରଧାନ ଓ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିଜୟକେତନ ପ୍ରଧାନ ଯୋଗ ଦେଇଥିଲେ।

ଝାରବନ୍ଧ ବ୍ଲକରେ ଏକ ରଣେଶ୍ଵର ରାମ ଚଣ୍ଡୀ ଦେବୀଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା ତାସହିତ ସମାଜରେ ଶିକ୍ଷା ,କୃଷି,ସଂସ୍କୃତି, ଯୁବ ପିଢ଼ିଙ୍କ ଉନ୍ନତି ଦିଗରେ ଆଲୋଚନା କରିଥିଲେ। ମନ୍ଦିର ନିର୍ମାଣ କରିବା ପାଇଁ ଝାରଵନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପସା ପ୍ରଧାନ ଓ ତାଙ୍କ ସ୍ୱାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଵିଜୟକେତନ ପ୍ରଧାନ ୫୧ ହଜାର ଟଙ୍କା ଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଉପଖଣ୍ଡ ସ୍ତରୀୟ ସଭାପତି ତଥା‌ ଅବସର ପ୍ରାପ୍ତ ଓ .ଇ .ଏସ.ଶ୍ରୀଯୁକ୍ତ‌ ହେମସାଗର ସାହୁ, ଗୋପବନ୍ଧୁ ସାହୁ, ତୁଲାସୀ ରାମ ପ୍ରଧାନ,ତୁଲାରାମ ଭୋଇ, ଉପେନ୍ଦ୍ର ବାରିକ, ଆନନ୍ଦ ପ୍ରଧାନ, ଧନୁର୍ଜୟ ପ୍ରଧାନ, ସୁର୍ଯ୍ୟ କୁମାର ପ୍ରଧାନ, ପୁରନ୍ଦର ପ୍ରଧାନ, ଗୌରାଙ୍ଗ ପ୍ରଧାନ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପସଭାପତି ଶ୍ରୀ ମାନଭଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!