
ଝାରବନ୍ଧ– ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଝାରବନ୍ଧରେ ଅଧ୍ୟୟନ କରିଥିବା ୧୯୮୮ ମାଟ୍ରିକ ବେଚର ଛାତ୍ରଛାତ୍ରୀ ମାନଙ୍କ ଚାକଦର୍ହା ଡେମ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ନନ୍ଦଲାଲ ବାରିକ, ଅଇଁଠା ପ୍ରଧାନ,ପ୍ରଫୁଲ୍ଲ ସାହୁ ଯୋଗ ଦେଇଥିଲେ । ଗୁରୁଶିଷ୍ୟ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସକାଶେ ଛାତ୍ରଛାତ୍ରୀ ମାନେ ଗୁରୁ ବନ୍ଦନା ପୂର୍ବକ ଉପଢୌକନ ଦେଇ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ନିଜ ବିଦ୍ୟାଳୟରେ ଅତିବାହିତ କରିଥିବା ଶିକ୍ଷା ଗ୍ରହଣ ସମୟ ତଥା ବିଦ୍ୟାଳୟର ସ୍ମୃତି ଚାରଣ କରିଥିଲେ ।

୩୭ ବର୍ଷ ପରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଗୁରୁଦେବ ରଣା,ସୁନୀଲ ଅଗ୍ରୱାଲ,କ୍ଷଣପ୍ରଭା ପାଣିଗ୍ରାହୀ, ଜୟକୁମାର ଅଗ୍ରୱାଲ,ଚୈତରାମ ନାଏକ, ମାନଭଂଜନ ବେହେରା, ବବିତା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଗିରିରାଜ କୁମ୍ଭାର, ସନ୍ତୋଷ ବେହେରା,ରାମକୃଷ୍ଣ ପ୍ରଧାନ,ଦିବ୍ୟ କିଶୋର ପଣ୍ଡା,ସାଗର ଚନ୍ଦ୍ର ବରିହା, ଦୂତିଆ ବରିହା,ରାଜ କୁମାର ପଟେଲ, ପଦ୍ମନ ପଟେଲ, ରବି ବାଗ,ଭାରତୀ ପ୍ରଧାନ, ନୀଳେନ୍ଦ୍ରି ପ୍ରଧାନ, ଚନ୍ଦ୍ରକାନ୍ତି ପ୍ରଧାନ, ସାରଦା ଅଗ୍ରୱାଲ, ଭୂମିସୁତା ଖମାରି, ପ୍ରମିଳା ମହାନନ୍ଦ, ମଞ୍ଜୁ ପ୍ରଧାନ, ଚୂଡ଼ାମଣି ପୋଡ଼, ତରଣୀ ରଣା, କନସ ସିଦାର ,ଗଜପତି ସାହୁଙ୍କ ସମେତ ପ୍ରାୟ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ସାମିଲ ଥିଲେ ।



